Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଂଗ୍ରେସ ବିଧାୟକଙ୍କୁ ଆଣିବା ପାଇଁ ପଠାଗଲା ୨ ହେଲିକପ୍ଟର

    Share on :
    Date: May 16, 2018    Views: 5511

    ବେଙ୍ଗାଲୁର : କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ୭୮ ଆସନରେ ବିଜୟୀ ହୋଇଥିଲେ ମଧ୍ୟ ଏଯାଏଁ କଂଗ୍ରେସ ବିଧାୟକ ଦଳ ବୈଠକରେ ୨୫ ବିଧାୟକ ପହଁଚି ପାରିନାହାନ୍ତି  । ବିଧାୟକଙ୍କୁ ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଦୁଇଟି ହେଲିକପ୍ଟର ପଠାଯାଇଥିବା ଜାଣିବାକୁ ମିଳିଛି  । କଲବର୍ଗୀ ଓ ବିଦର ଅଂଚଳର ବିଧାୟକଙ୍କୁ ଆଣିବା ପାଇଁ ହେଲିକପ୍ଟର ପଠାଯାଇଛି  । ଅପରପକ୍ଷରେ କଂଗ୍ରେସର ପ୍ରାୟ ୭ ବିଧାୟକ ବିଜେପି ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଥିବାବେଳେ ସବୁ ବିଧାୟକ ଦଳ ସହ ରହିବେ ବୋଲି କଂଗ୍ରେସ ଦାବି କରିଛି  ।

    ଇତିମଧ୍ୟରେ ୟେଦୁରପ୍ପା ବିଧିବଦ୍ଧ ଭାବେ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିସାରିଛନ୍ତ  । ରାଜ୍ୟପାଳ ଖୁବଶୀଘ୍ର ସଠିକ ନିଷ୍ପତି ନେବେବୋଲି ତାଙ୍କୁ ଆଶ୍ୱାସନା ଦେଇଛନ୍ତି  । ୟେଦୁରପ୍ପାଙ୍କୁ ହିଁ ପ୍ରଥମେ ସରକାର ଗଢ଼ିବାର ସୁଯୋଗ ମିଳିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି  । ରାଜ୍ୟପାଳ ୟେଦୁରପ୍ପାଙ୍କୁ ହିଁ ଡାକିପାରନ୍ତି ବୋଲି କୁହାଯାଉଛି  । ଅପରପକ୍ଷରେ ଯଦି ରାଜ୍ୟପାଳ ବିଜେପିକୁ ସରକାର ଗଢ଼ିବାର ସୁଯୋଗ ଦିଅନ୍ତି ତେବେ ଜେଡ଼ିଏସ ଓ କଂଗ୍ରେସ ବିଧାୟକମାନେ ରାଜଭବନ ଆଗରେ ଧାରଣା ଦେବେବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook