Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଂଗ୍ରେସର ୪ ବିଧାୟକ ଗାଏବ, କାଲି ଶପଥ ନେବେ ୟେଦୁରପ୍ପା !

    Share on :
    Date: May 16, 2018    Views: 5961

    ବେଙ୍ଗାଲୁର : କର୍ଣ୍ଣାଟକରେ ଘଡ଼ିକେ ଘୋଡ଼ା ଛୁଟୁଛି  । ସଂଖ୍ୟା ବଳ ନଥିଲେ ବି ସରକାର ଗଢ଼ିବାକୁ ମନ ବଳାଇଛି ବିଜେପି  । ଏମିତିକି ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଏସ ୟେଦୁରପ୍ପା ଦୃଢେ଼ାକ୍ତି ପ୍ରକାଶ କରିଥିବାବେଳେ କଂଗ୍ରେସର ୪ ବିଧାୟକ ଗାଏବ ହୋଇଯାଇଥିବା ଜାଣିବାକୁ ମିଳିଛି  । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ କଂଗ୍ରେସର ୭ ଓ ଜେଡ଼ିଏସରୁ ୫ ବିଧାୟକ ବିଜେପି ସହ ସମ୍ପର୍କରେ ରହିଥିବା ଜଣାପଡ଼ିଛି  । ଯଦି ଏମିତି ହୁଏ ତେବେ ଯୋଗେନ୍ଦ୍ର ଯାଦବଙ୍କ କଥା ସତ ହେବାକୁ ଯାଉଛି  । ବିଜେପି ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ଅଙ୍କ ପାଉକିନପାଉ କର୍ଣ୍ଣାଟକରେ ସରକାର ଗଢ଼ିବ ବୋଲି ଗତକାଲି ଟିଭି ବିତର୍କରେ ଯୋଗେନ୍ଦ୍ର ଯାଦବ କହିଥିଲେ  ।

    ସୂଚନାଯୋଗ୍ୟଯେ, ଆଜି କର୍ଣ୍ଣାଟକର ବିଜେପି ବିଧାୟକ ଦଳ ବୈଠକ ବସିଥିଲା  । ବୈଠକରେ ବିଏସ ୟେଦୁରପ୍ପାଙ୍କୁ ବିଜେପି ବିଧାୟକ ଦଳ ଭାବେ ନିର୍ବାଚିତ କରାଯାଇଛି  । ୟେଦୁରପ୍ପା ରାଜଭବନ ଯାଇ ପୁଣି ଥରେ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିବେ  । ତେବେ ଆସନ୍ତାକାଲି ସେ ଶପଥ ନେବେ ବୋଲି ୟେଦୁରପ୍ପା କହୁଥିବାରୁ ତାଙ୍କୁ ହିଁ ରାଜ୍ୟପାଳ ସୁଯୋଗ ଦେବେବୋଲି କୁହାଯାଉଛି  । ଗୋଟିଏ ପଟେ ବିଜେପି ତାଙ୍କ ଦଳର ନେତାଙ୍କୁ କିଣି ନେବ ବୋଲି ଅନୁମାନ କରୁଛନ୍ତି ଜେଡ଼ିଏସ ଓ କଂଗ୍ରେସ  । ସବୁ ବିଧାୟକଙ୍କୁ ଗୋଟିଏ ସ୍ଥାନରେ ରଖିବା ପାଇଁ ଏକ ହୋଟଲରେ କଂଗ୍ରେସ ପକ୍ଷରୁ ୧୨୦ ରୁମ୍ ବୁକ୍ କରାଯାଇଥିବା ମଧ୍ୟ ଜାଣିବାକୁ ମିଳିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook