May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋଦିଙ୍କ ଗଡ଼ରେ ଭାଙ୍ଗିଲା ସେତୁ, ୧୨ ମୃତ

    Share on :
    Date: May 15, 2018    Views: 1347

    ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରଣାସୀ ଓ ଯୋଗୀ ଆଦିତ୍ୟନାଥଙ୍କ ଉତରପ୍ରଦେଶରେ ଏକ ବଡ଼ ଅଘଟଣ ଘଟିଛି  । ଏକ ନିର୍ମାଣାଧିନ ଫ୍ଲାଏଓଭରର ଦୁଇଟି ପିଲର ଭାଙ୍ଗିଯିବାରୁ ପୋଲଟି ଧସିଯାଇଛି  । ଫଳରେ ୧୨ ଜଣଙ୍କର ମୃତୁ୍ୟ ଘଟିଛି  । ବିଶେଷକରି ଶ୍ରମିକମାନେ ମୃତୁ୍ୟବରଣ କରିଥିବା ଜାଣିବାକୁ ମିଳିଛି  । ଘଟଣାସ୍ଥଳରେ ଏବେ ଏନଡ଼ିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜାଣିବାକୁ ମିଳିଛି  । ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ମନ୍ତ୍ରୀ ନୀଳକଣ୍ଠ ତିୱାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି  । ସେହିପରି ପ୍ରଭାବିତ ଓ ପୀଡ଼ିତଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook