May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟେଦୁରପ୍ପାଙ୍କୁ ବହୁମତ ସାବ୍ୟସ୍ତ ପାଇଁ ଡାକିବେ କି ରାଜ୍ୟପାଳ ?

    Share on :
    Date: May 15, 2018    Views: 1467

    ବେଙ୍ଗାଲୁର : କର୍ଣ୍ଣାଟକ ରାଜ୍ୟପାଳଙ୍କ କୋର୍ଟରେ ବଲ  । କିଏ ଗଢ଼ିବ ସରକାର, ତାହାର ଚାବି ଏବେ କର୍ଣ୍ଣାଟକ ରାଜ୍ୟପାଳ ବଜୁ ଭାଇ ବାଲାଙ୍କ ହାତରେ  । ଗୁଜୁରାଟ ବିଜେପିର ଆଗଧାଡ଼ିର ନେତା ତଥା ମୋଦିଙ୍କ ଗୁଜୁରାଟ ସରକାରରେ ଅର୍ଥମନ୍ତ୍ରୀ ଥିବା ବଜୁ ଭାଇ ବାଲା କି ନିଷ୍ପତି ନେବେ ତାହା ଉପରେ ଏବେ ସମସ୍ତଙ୍କ ନଜର  । ରାଜ୍ୟପାଳଙ୍କୁ ଭେଟିବା ପରେ ୟେଦୁରପ୍ପା ଯେଉଁ ଆତ୍ମବିଶ୍ୱାସର କଥା କହିଛନ୍ତି, ତାହା ଯଦି ସତ ହୁଏ ତେବେ ପ୍ରଥମେ ରାଜ୍ୟପାଳ ତାଙ୍କୁ ହିଁ ବହୁମତ ସାବ୍ୟସ୍ତ କରିବାକୁ ଡାକିବେ ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଛି  । ଯଦି ୟେଦୁରପ୍ପାଙ୍କୁ ରାଜ୍ୟପାଳ ପ୍ରଥମେ ସୁଯୋଗ ଦିଅନ୍ତି ତେବେ କଂଗ୍ରେସ ଓ ଜେଡ଼ିଏସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ଯୋଜନା କରିଥିବା ଜାଣିବାକୁ ମିଳିଛି  ।

    ରାଜ୍ୟପାଳଙ୍କୁ ଭେଟିବା ପରେ ୟେଦୁରପ୍ପା କହିଛନ୍ତିଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପି ବଡ଼ ଦଳ ଭାବେ ଉଭା ହୋଇଛି  । ତେଣୁ ତାଙ୍କୁ ପ୍ରଥମେ ସରକାର ଗଢ଼ିବାର ସୁଯୋଗ ମିଳିବା ଦରକାର  । ସେ ବିଧାନସଭାରେ ନିଜ ବହୁମତର ପ୍ରମାଣ ଦେବେ  । ରାଜ୍ୟପାଳ ତାଙ୍କୁ ହିଁ ପ୍ରଥମେ ସୁଯୋଗ ଦେବେ ଓ ସାତ ଦିନ ମଧ୍ୟରେ ସେ ବହୁମତ ସାବ୍ୟସ୍ତ କରିବେ ବୋଲି ୟେଦୁରପ୍ପା ପରୋକ୍ଷରେ ସୂଚନା ଦେଇଛନ୍ତି  । ଅପରପକ୍ଷରେ ଯଦି ରାଜ୍ୟପାଳ ଜେଡ଼ିଏସ ଓ କଂଗ୍ରେସ ମେଂଟକୁ ସରକାର ଗଢ଼ିବା ପାଇଁ ସୁଯୋଗ ନଦିଅନ୍ତି ତେବେ ସେମାନେ ସୁପ୍ରିମକୋର୍ଟ ଯିବେ ବୋଲି କଂଗ୍ରେସ ନେତାମାନେ ମତପ୍ରକାଶ କରିଛନ୍ତି  । ଗୋଆ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତିଯେ, ଯଦି ମେଂଟର ସଂଖ୍ୟାଗରିଷ୍ଠତା ଥାଏ ତେବେ ବଡ଼ ଦଳକୁ ଡାକିବାର ଆବଶ୍ୟକତା ନାହିଁ  । ଏହି ଆଧାରରେ କଂଗ୍ରେସ ଓ ଜେଡ଼ିଏସ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook