May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଭେଟିଲେ ୟେଦୁରପ୍ପା ଓ କୁମାରସ୍ୱାମୀ

    Share on :
    Date: May 15, 2018    Views: 4071

    ବେଙ୍ଗାଲୁର : କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି  । ଗୋଟିଏ ପଟେ ବିଜେପି ନେତା ବିଏସ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିଥିବାବେଳେ ଅପରପକ୍ଷରେ ଜେଡ଼ିଏସ ନେତା କୁମାରସ୍ୱାମୀ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି  । 

    କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? ଏନେଇ ଚାଲିଛି ଛକାପଞ୍ଝା  । ଗୋଟିଏ ପଟେ ବିଜେପି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବାବେଳେ ଅପରପକ୍ଷରେ ଜେଡ଼ିଏସ ଓ କଂଗ୍ରେସ ମେଂଟର ସଂକେତ ମିଳିସାରିଛି  । କର୍ଣ୍ଣାଟକରେ ବଡ଼ ଦଳ ହୋଇଥିବାରୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ବିଜେପି ନେତା ବିଏସ ୟେଦୁରପ୍ପା  । କର୍ଣ୍ଣାଟକର ଜନ ସାଧାରଣ ବିଜେପିକୁ ଭୋଟ୍ ଦେଇଥିବାବେଳେ ବିଧାନସଭାରେ ଆମେ ବହୁମତ ସାବ୍ୟସ୍ତ କରିବୁ ବୋଲି ୟେଦୁରପ୍ପା ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି  । ଅପରପକ୍ଷରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟିବାର କିଛି ସମୟ ପରେ ରାଜଭବନରେ ପହଁଚିଥିଲେ ଦେବେଗୌଡ଼ାଙ୍କ ପୁତ୍ର ତଥା ଜେଡ଼ିଏସ ନେତା କୁମାରସ୍ୱାମୀ  । ଜେଡ଼ିଏସକୁ କଂଗ୍ରେସ ସମର୍ଥନ କରିବା ପାଇଁ ଘୋଷଣା କରିଥିବାବେଳେ ଦୁଇ ଦଳର ବହୁମତ ରହିଛି  । ତେଣୁ ତାଙ୍କୁ ସରକାର ଗଢ଼ିବାର ସୁଯୋଗ ଦିଆଯାଉ ବୋଲି କୁମାରସ୍ୱାମୀ ଦାବି କରିଛନ୍ତି  । ଉଭୟ ପକ୍ଷଙ୍କ ମଧ୍ୟରେ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରାଯାଉଥିବାବେଳେ କର୍ଣ୍ଣାଟକ ରାଜନୀତି କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନିଘା ରହିବା ସ୍ୱାଭାବିକ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook