Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମସ ଗଲେ ପପୁ ପମପମ

    Share on :
    Date: May 15, 2018    Views: 4693

    ଭୁବନେଶ୍ୱର : ଏୟାର ଆମ୍ବୁଲାନ୍ସ ଯୋଗେ ନୂଆଦିଲ୍ଲୀ ଏମ୍ସ ଗଲେ ଲୋକପି୍ରୟ ହାସ୍ୟାଭିନେତା ପପୁ ପମପମ ଓରଫ ତତ୍ୱପ୍ରକାଶ ଶତପଥୀ  । ରାଜ୍ୟ ଚଳଚ୍ଚିତ୍ର ନିଗମ ପକ୍ଷରୁ ପପୁଙ୍କ ଚିକିତ୍ସା ପାଇଁ ପ୍ରଥମ ଦଫାରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜାଣିବାକୁ ମିଳିଛି  । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ପପୁଙ୍କ ଚିକିତ୍ସାର ସୁବ୍ୟବସ୍ଥା ପାଇଁ ଏମସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି  । ଅପରପକ୍ଷରେ ସିନେ ଜଗତ ପକ୍ଷରୁ ପପୁଙ୍କ ଚିକିତ୍ସା ପାଇଁ ସହାୟତା କରାଯିବ ବୋଲି ଜଣାପଡ଼ିଛି  ।

    ପପୁଙ୍କ ଦେହ ଅସୁସ୍ଥ ଖବର ଶୁଣି ତାଙ୍କର ଫ୍ୟାନମାନେ ନିରାଶ ହୋଇପଡ଼ିଛନ୍ତି । ପାକକି୍ରୟାଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ସେ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ  । ତାଙ୍କ ପେଟରେ ଓ ଛାତିରେ ପାଣି ଜମାଟ ବାନ୍ଧିଯାଇଛି । ତାଙ୍କ ପେଟରେ ଯନ୍ତ୍ରଣା ହେବା ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା । ଡାକ୍ତର ତାଙ୍କୁ ଆଇସିୟୁରେ ରଖିଛନ୍ତି । ପପୁଙ୍କୁ ଡାକିଲେ ଶୁଣୁଛନ୍ତି, ବେଳେ ବେଳେ ବାଉଳି ହେଉଛନ୍ତି । ଗତ ତିନି ଦିନ ଧରି ପପୁ ଯକୃତ ଓ ପେଟ ରୋଗ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ତାଙ୍କର ଉନ୍ନତି ପରିଲକ୍ଷିତ ହେଉନଥିବାରୁ ତାଙ୍କୁ ଦିଲ୍ଲୀ ଏମସ୍ ହସପିଟାଲକୁ ନେବାକୁ ପ୍ରସ୍ତୁତି ଚାଲିଛି । 

    ବ୍ୟାଙ୍କକରୁ ଓଡ଼ିଆ ଚଳଚ୍ଚିତ୍ର ‘ଫୋର ଇଡିୟଟସ’ର ସୁଟିଂ ସାରି ଫେରିବା ପରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କର ଅସୁସ୍ଥତା ଖବର ପ୍ରଚାର ହେବା ପରେ ବହୁ କଳାକାର, ପ୍ରଯୋଜକ, ନିଦେ୍ର୍ଧଶକ ତାଙ୍କୁ ହସପିଟାଲରେ ଭେଟିବା ସହ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ବହୁ ଫ୍ୟାନ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରିଛନ୍ତି । 

     

    Maximum 500 characters

    ତାଜା ଖବର View all

    Find Us on Facebook