Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟେଦୁରପ୍ପାଙ୍କ ଦିଲ୍ଲୀ ଗସ୍ତ ବାତିଲ, ବେଙ୍ଗାଲୁର ଗଲେ ଧର୍ମେନ୍ଦ୍ର

    Share on :
    Date: May 15, 2018    Views: 5197

    ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତି ନୂଆ ମୋଡ଼ ନେଇଛି  । ପୂର୍ବାହ୍ନର ଫଳାଫଳ ଦେଖିସାରିବା ପରେ ବିଜେପି ନିଶ୍ଚିତ ସରକାର ଗଢ଼ିବ ବୋଲି ମନେ ହେଉଥିଲା  । ଯେଉଁଥିପାଇଁ ୪ଟା ବେଳେ ଦିଲ୍ଲୀରେ ଡକାଯାଇଥିଲା ସଂସଦୀୟ ଦଳ ବୈଠକ  । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦୁରପ୍ପା ମଧ୍ୟ ନୂଆଦିଲ୍ଲୀ ଯାଇଥା’ନ୍ତେ  । ତେବେ ଅପରାହ୍ନରେ ୟେଦୁରପ୍ପା ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ତାହା ବାତିଲ ହୋଇଯାଇଥିବା ଜାଣିବାକୁ ମିଳିଛି  । ତେବେ ବିଜେପିର କେତେକ ବରିଷ୍ଠ ନେତା ବେଙ୍ଗାଲୁର ଅଭିମୁଖେ ଗସ୍ତ କରିଛନ୍ତି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରକାଶ ଜାଭେଦକର ଓ ଜେପି ନଡ୍ଡା ପ୍ରମୁଖ ବେଙ୍ଗାଲୁର ଗସ୍ତ କରିଥିବା ଜାଣିବାକୁ ମିଳିଛି  ।
    ଅପରପକ୍ଷରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦ ଅଫରକୁ ଜେଡ଼ିଏସ ଗ୍ରହଣ କରିଥିବାବେଳେ ଉଭୟ ଦଳ ସରକାର ଗଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି  । ଅପରାହ୍ନ ୫ଟାରେ କଂଗ୍ରେସ ଓ ଜେଡ଼ିଏସ ନେତା ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି  । ଅପରପକ୍ଷରେ ୨ ସ୍ୱାଧୀନ ବିଧାୟକ ମଧ୍ୟ କଂଗ୍ରେସକୁ ସମର୍ଥନ ଦେବେବୋଲି ଦଳ ଦାବି କରିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook