May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କର୍ଣ୍ଣାଟକରେ ଜେଡିଏସ- କଂଗ୍ରେସ ସରକାର!

    Share on :
    Date: May 15, 2018    Views: 6929

    ବାଙ୍ଗାଲୁରୁ: ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବ ବୋଲି ମନେ ହେଉଥିଲା । ବିଭିନ୍ନ ଗଣମାଧ୍ୟମ ଓ ନିର୍ବାଚନ କମିଶନଙ୍କ ତଥ୍ୟକୁ ଅନୁଶୀଳନ କଲେ ବିଜେପି ମ୍ୟାଜିକ ଅଙ୍କ ଛୁଇଁବ ଓ ନିଜ ଦମରେ ସରକାର ଗଢ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରୁଥିଲେ । ହେଲେ ଦିନ ଯେତିକି ବଢ଼ି ଚାଲୁଥିଲା ବିଜେପିର ଆଶା ସେତିକି କମି କମି ଯାଉଥିଲା । ଅପରାହ୍ନ ୨ଟା ପରେ ବଦଳି ଯାଇଥିଲା କର୍ଣ୍ଣାଟକ ରାଜନୀତିର ପାଣିପାଗ । ଗୋଟିଏ ପଟେ ବିଜେପିର ସିଟ ଗୋଟିଏ ପରେ ଗୋଟିଏ କମି ଚାଲୁଥିବା ବେଳେ ଅପରପକ୍ଷରେ ଗୋଟିଏ ପାଦ ଆଗକୁ ବଢ଼ି ଚାଲିଥିଲା । ବିଜେପି ମ୍ୟାଜିକ ଅଙ୍କଠାରୁ ଅଳ୍ପ କେଇପାଦ ଦୂରେଇ ରହିଥିବା ବେଳେ କଂଗ୍ରେସ ମାଷ୍ଟର ଷ୍ଟ୍ରୋକ ଦେଇଥିଲା । ବିଜେପିକୁ ସରକାରରୁ ଦୂରେଇ ରଖିବା ପାଇଁ ଜେଡିଏସକୁ ମୁଖ୍ୟମନ୍ତ୍ରୀ ପଦ ସମର୍ପି ଦେବାକୁ କଂଗ୍ରେସ ଘୋଷଣା କରିଥିଲା । ତୃତୀୟ ଦଳ ହୋଇଥିବା ସତ୍ୱେ କଂଗ୍ରେସର ଏହି ମନଲୋଭା ଅଫରକୁ ସାଦରେ ଗ୍ରହଣ କରିଥିଲା ଜେଡିଏସ । କାହିଁକି ନା ଜେଡିଏସ ଓ କଂଗ୍ରେସର ଆସନ ସଂଖ୍ୟା ମିଶିଲେ ମ୍ୟାଜିକ ଅଙ୍କ ଛୁଇଁବା ସମ୍ଭବପର ହୋଇପାରିଛି । ତେଣୁ କର୍ଣ୍ଣାଟକରେ ଜେଡିଏସ ଓ କଂଗ୍ରେସ ମେଂଟ ସରକାର  ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ଶେଷ ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିଛି ବିଜେପି । ସଂଧ୍ୟାବେଳକୁ ସ୍ଥିତି ପୂରା ସ୍ପଷ୍ଟ ହୋଇଯିବ । ତା’ ପରେ ଜଣାପଡ଼ିବ କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ।

    Maximum 500 characters

    ଅଧିକ ମତାମତ

    May 15, 2018

    ଦେଶ ବିଦେଶ View all

    Find Us on Facebook