May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିନ ୧ଟା ସୁଦ୍ଧା, ବିଜେପି - ୧୦୯, କଂଗ୍ରେସ ୭୦, ଜେଡ଼ିଏସ-୩୯

    Share on :
    Date: May 15, 2018    Views: 1017

    ନୂଆଦିଲ୍ଳୀ : ଗୋଟିଏ ପଟେ ବିଜେପି ବିଜୟର ଉତ୍ସବ ମନାଉଥିବାବେଳେ ଅପରପକ୍ଷରେ କଂଗ୍ରେସ ଓ ଜେଡ଼ିଏସ ଏବେବି ମନରେ ଟିକିଏ ଆଶା ରଖିଛନ୍ତି  । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ବିଜେପି ୫ ଆସନରେ ବିଜୟୀ ହୋଇଥିବାବେଳେ ୧୦୪ ଆସନରେ ଆଗୁଆ ରହିଛି  । ଅପରପକ୍ଷରେ କଂଗ୍ରେସ ୧ ଆସନରେ ବିଜୟୀ ହୋଇଥିବାବେଳେ ୬୯ ଆସନରେ ଆଗୁଆ ରହିଛି  । ସେହିପରି ଜେଡ଼ିଏସ ୪୦ ଆସନରେ ଆଗୁଆ ଥିବାବେଳେ ସହଯୋଗୀ ବିଏସପି ଗୋଟିଏ ଆସନରେ ଆଗୁଆ ଅଛି  । ସେହିପରି କେପିଜେପି ୧ ଓ ସ୍ୱାଧୀନ ୧ ଆସନରେ ବିଜୟୀ ହୋଇଛି  ।

    ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଯାବତ୍ କଂଗ୍ରେସ ୯୭ ଲକ୍ଷ ଭୋଟ ପାଇଥିବାବେଳେ ବିଜେପି ୯୪ ଲକ୍ଷ ଭୋଟ୍ ପାଇଛି  । ବିଜେପି ଠାରୁ କଂଗ୍ରେସ ୩ ଲକ୍ଷ ଭୋଟ ଅଧିକ ପାଇଥିଲେ ମଧ୍ୟ ବିଜେପି ତୁଳନାରେ ୪୫ ଆସନରେ ପଛୁଆ ରହିବା କଂଗ୍ରେସ ନେତାଙ୍କୁ ଚକିତ କରିଛି  । କର୍ଣ୍ଣାଟକରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ଅଙ୍କ ୧୧୨ ହୋଇଥିବାବେଳେ ଯଦି ବିଜେପି ସେତିକି ଆସନ ନପାଏ ତେବେ କର୍ଣ୍ଣାଟକରେ ଘୋଡ଼ାବେପାର ଦେଖିବାକୁ ମିଳିବ ବୋଲି କୁହାଯାଉଛି  । ଅପରପକ୍ଷରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦୁରପ୍ପା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମଧ୍ୟ ନିର୍ବାଚନରେ ବିଜୟ ଲାଭ କରିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook