Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୋଟ ଅଛି ହେଲେ ସିଟ୍ ନାହଁ

    Share on :
    Date: May 15, 2018    Views: 1683

    ନୂଆଦିଲ୍ଳୀ : କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଦେଖି କଂଗ୍ରେସ ଚକିତ ହେବା ସ୍ୱାଭାବିକ  । ବିଜେପି ସହିତ ତାଳ ଦେଇ କଂଗ୍ରେସ ଭଲ ଭୋଟ ହାତେଇଥିଲେ ମଧ୍ୟ ସେହି ଅନୁଯାୟୀ ଆସନରେ ଆଗୁଆ ନଥିବାରୁ ଅନେକ ବରିଷ୍ଠ କଂଗ୍ରେସ ନେତା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  । ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଦିନ ୧୧ଟା ସୁଦ୍ଧା ବିଜେପି ୩୭.୫% ଅର୍ଥାତ୍ ୪୬ ଲକ୍ଷ ୪୬ ହଜାର ୯୮୧ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ୪୬ ଲକ୍ଷ ୪୫ ହଜାର ୫୨୦ ଭୋଟ୍ ପାଇଛି  । ଅର୍ଥାତ୍ କଂଗ୍ରେସ ଠାରୁ ବିଜେପି ମାତ୍ର ଦେଢ଼ ହଜାର ପାଖାପାଖି ଅଧିକ ଭୋଟ୍ ପାଇଛି  । କିନ୍ତୁ ଅଗ୍ରଣୀ ଆସନ ସଂଖ୍ୟା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ  । ବିଜେପି ୧୧୨ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୫୭ ଆସନରେ ଆଗୁଆ ରହିଛି  । ବିଜେପି କଂଗ୍ରେସ ଠାରୁ ଦେଢ଼ ହଜାର ଅଧିକ ଭୋଟ ପାଇଥିଲେ ବି ଆସନ ସଂଖ୍ୟା କିନ୍ତୁ ଦୁଇଗୁଣା ହୋଇଛି  । ଅପରପକ୍ଷରେ ଜେଡ଼ିଏସ ୩୮ ଆସନରେ ଆଗୁଆ ଥିବାବେଳେ ୨୨ ଲକ୍ଷରୁ ଉଦ୍ଧ୍ୱର୍ ଭୋଟ ପାଇଛି  । ଇସିଆଇ ଏଯାବତ୍ ୨୧୦ ଆସନର ପରିସଂଖ୍ୟାନ ପ୍ରଦାନ କରିଥିବାବେଳେ ବିଏସପି ୧, କର୍ଣ୍ଣାଟକ ପ୍ରଜ୍ଞାବନ୍ଥ ଜନତା ପାର୍ଟି ୧ ଓ ସ୍ୱାଧୀନ ଭାବେ ଜଣେ ଆଗୁଆ ଅଛନ୍ତି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook