May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପଛୁଆ

    Share on :
    Date: May 15, 2018    Views: 975

    ବେଙ୍ଗାଲୁର : ଭୋଟ୍ ଗଣତି ପୂର୍ବରୁ କଂଗ୍ରେସ ସରକାର ଗଢ଼ିବ ବୋଲି ସିଦ୍ଧରମେୟା ବହୁବାର ଦୃଢେ଼ାକ୍ତି ପ୍ରକାଶ କରି ଆସୁଥିବାବେଳେ ଆଜି ତାଙ୍କୁ ହିଁ ଜୋରଦାର ଝଟକା ଲାଗିଛି  । ଖାଲି କଂଗ୍ରେସଯେ, ବିଜେପି ଠାରୁ ବହୁ ପଛରେ ପଡ଼ିଯାଇଛି ତାହା ନୁହେଁ ଖୋଦ ସିଦ୍ଧରମେୟା ଉଭୟ ବିଜେପି ଓ ଜେଡ଼ିଏସଠାରୁ ପଛରେ ପଡ଼ି ଯାଇଛନ୍ତି  । ନିର୍ବାଚନରେ ସେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ  । ବାଦାମୀ ଆସନରୁ ସିଦ୍ଧରମେୟା ବିଜେପି ନେତା ବି.ଶ୍ରୀରାମୁଲୁଙ୍କଠାରୁ ୫୦୦ ଭୋଟ୍ ପଛରେ ଥିବାବେଳେ ଚାମୁଣ୍ଡେଶ୍ୱରୀ ଆସନରୁ ଜେଡ଼ିଏସ ନେତା ଜିଟି ଦେବେଗୌଡ଼ାଙ୍କ ଠାରୁ ପ୍ରାୟ ୧୩ ହଜାର ଭୋଟ ପଛରେ ପଡ଼ିଯାଇଛନ୍ତି  । ତେବେ ବାଦାମୀ ଆସନରୁ ବିଜୟର କିଛି ମାତ୍ରାରେ ସମ୍ଭାବନା ଥିବାବେଳେ ଚାମୁଣ୍ଡେଶ୍ୱରୀ ଆସନରୁ ପରାସ୍ତ ହେବା ନିଶ୍ଚିତ ହୋଇଯାଇଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook