Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସେଲିବ୍ରେସନ୍ ମୁଡରେ ବିଜେପି

    Share on :
    Date: May 15, 2018    Views: 713

    ବେଙ୍ଗାଲୁର : କର୍ଣ୍ଣାଟକ ନିର୍ବାଚନରେ ବିଜେପି ଏବେ ୧୦୮ ଆସନରେ ଆଗୁଆ ଥିବାବେଳେ କର୍ମୀମାନେ ସେଲିବ୍ରେସନ୍ ଆରମ୍ଭ କରିଦେଇଛନ୍ତି  । ପ୍ରାରମ୍ଭିକ ଟ୍ରେଂଡ଼ରେ ବିଜେପି ଦୁଇ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଓ ଜେଡ଼ିଏସଠାରୁ ଢେ଼ର ଆଗକୁ ଚାଲିଯାଇଛି  । କର୍ଣ୍ଣାଟକରେ ସରକାର ଗଢ଼ିବା ପାଇଁ ବିଜେପିକୁ ୧୧୨ ଆସନ ଆବଶ୍ୟକ ଥିବାବେଳେ ଏବେ ୧୦୮ରେ ଆଗୁଆ ଥିବାରୁ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି  । ବିଜେପି ନିଜ ଦମ୍ରେ ମ୍ୟାଜିକ ଅଙ୍କ ହାସଲ କରିବ ବୋଲି ଜାତୀୟ ବିଜେପି ନେତାମାନେ ମତପୋଷଣ କରିଛନ୍ତି  । କିନ୍ତୁ ବର୍ତ୍ତମାନର ଟ୍ରେଂଡ଼ ଦେଖିଲେ ଏଯାବତ୍ ବିଜେପିକୁ ବହୁମତ ମିଳିନାହିଁ  । କଂଗ୍ରେସ ଓ ଜେଡ଼ିଏସ ମିଳିତ ଭାବେ ଏବେ ମ୍ୟାଜିକ ଅଙ୍କ ଛୁଇଁ ସାରିଛନ୍ତି  । ତେବେ ଇତିମଧ୍ୟରେ ମାତ୍ର ଚାରି ରାଉଣ୍ଡ ଭୋଟ ଗଣତି ହୋଇଥିବାରୁ ଆହୁରି ଅନେକ ଓଲମ ବିଲମର ସମ୍ଭାବନା ରହିଛି ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook