May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କର୍ଣ୍ଣାଟକ ଫଇସଲା : ବିଜେପି ବଡ଼ ଦଳ, କଂଗ୍ରେସ-ଜେଡ଼ିଏସ ମେଂଟ ସମ୍ଭାବନା

    Share on :
    Date: May 15, 2018    Views: 1887

    ବେଙ୍ଗାଲୁର : ବହୁ ପ୍ରତୀକ୍ଷିତ କର୍ଣ୍ଣାଟକ ନିର୍ବାଚନର ଭୋଟ ଗଣତି ଜାରି ରହିଥିବାବେଳେ ବିଜେପି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି  । ତେବେ ବିଜେପି ମ୍ୟାଜିକ୍ ସଂଖ୍ୟା ଛୁଇଁବା ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ କଂଗ୍ରେସ ଓ ଜେଡ଼ିଏସ ମେଂଟ ନେଇ ସମ୍ଭାବନା ସୃଷ୍ଟି ହୋଇଛି  । ବିଭିନ୍ନ ଗଣମାଧ୍ୟମର ସୂଚନା ଅନୁଯାୟୀ ବିଜେପି ୧୦୫ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୭୪ ଓ ଜେଡ଼ିଏସ ୪୦ ଆସନରେ ଆଗୁଆ ରହିଛି  । ଅପରପକ୍ଷରେ ଅନ୍ୟ ଦଳ ୨ଟି ଆସନରେ ଆଗୁଆ ଥିବା ଜାଣିବାକୁ ମିଳିଛି  ।

    ତେବେ ଭାରତୀୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ୧୫୭ ଆସନ ମଧ୍ୟରୁ ବିଜେପି ୭୬ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୪୪, ଜେଡ଼ିଏସ ୩୪, ବିଏସପି ୧, କର୍ଣ୍ଣାଟକ ପ୍ରଜ୍ଞାବନ୍ଥ ଜନତା ପାର୍ଟି ୧ ଓ ସ୍ୱାଧୀନ ୧ ଆସନରେ ଆଗୁଆ ରହିଛି  । ଇତିମଧ୍ୟରେ ବିଜେପି ୩୮.୨% ଅର୍ଥାତ୍ ୧୨୬୫୫୭ ଭୋଟ୍ ପାଇଥିବାବେଳେ କଂଗ୍ରେସ ୩୭.୬% ଅର୍ଥାତ୍ ୧୨୪୬୦୧୮ ଖଣ୍ଡ ଭୋଟ ପାଇଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook