Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୁନନ୍ଦା ପୁଷ୍କର ଆତ୍ମହତ୍ୟା ମାମଲା: ଶଶୀ ଥରୁରଙ୍କ ନାଁରେ ଚାର୍ଜସିଟ୍ ଦାଖଲ

    Share on :
    Date: May 14, 2018    Views: 751

    ନୂଆଦିଲ୍ଳୀ : ବହୁ ଚର୍ଚ୍ଚିତ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ଆତ୍ମହତ୍ୟା ମାମଲାର ଚାର୍ଜସିଟ୍ ଆଦି ଦିଲ୍ଲୀ ପୁଲିସ ଦାଖଲ କରିଛି । ଦୀର୍ଘ ୪ବର୍ଷ ପରେ ଏହି ଆତ୍ମହତ୍ୟା ମାମଲାର ଚାର୍ଜସିଟ୍ ପୁଲିସ୍ ଆଜି ପଟିଆଲା ହାଉସ୍ କୋର୍ଟରେ ଦାଖଲ କରିଛି । ପୁଲିସର ଏହି ଚାର୍ଜସିଟରେ ଥରୁରଙ୍କ ନାମ ରହିଥିବା ଜଣାପଡ଼ିଛି ।  ଏହି ଆତ୍ମହତ୍ୟା ଘଟଣା ପଛରେ ଶଶୀ ଥରରୁଙ୍କ ଭୂମିକା ଥିବା ପୁଲିସ୍ ଉଲ୍ଲେଖ କରିଛି । ଚାର୍ଜସିଟ୍ରେ ପୁଲିସ୍ ଦଫା ୩୦୬ ଓ ୪୯୮(କ) ମାମଲା ଉଲ୍ଲେଖ କରାଯାଇଛି । ସୁନନ୍ଦାଙ୍କୁ ଶଶୀଥରୁର ରୁକ୍ଷ ବ୍ୟବହାର କରୁଥିଲେ, ଯଦ୍ୱାରା ସୁନନ୍ଦା ଏହାକୁ ସହିନପାରି ଆତ୍ମହତ୍ୟା କରିଥିବା ପୁଲିସ ଚାର୍ଜସିଟରେ ଉଲ୍ଲେଖ କରିଛି । ସୂଚନାଯୋଗ୍ୟ ସୁନନ୍ଦା ପୁଷ୍କରଙ୍କ ମୃତଦେହକୁ ଜାନୁଆର ୧୭, ୨୦୧୪ ମସିହାରେ ଏକ ହୋଟେଲ ରୁମ୍ର ଉଦ୍ଧାର କରାଯାଇଥିଲା । ପ୍ରଥମେ ସୁନନ୍ଦାଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଉଲ୍ଲେଖ ପାଇଥିଲା । ଅତ୍ୟଧିକ ନିଦ ବଟିକା ଖାଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲା । ଏହି ଘଟଣାର ତଦନ୍ତ କରି ପୁଲିସ୍ ଆଜି ୩୦୦୦ରୁ ଊଦ୍ଧ୍ୱର୍ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା ଜଣାପଡ଼ିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook