May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୋ ପ୍ରତି ଅନ୍ୟାୟ ହୋଇଛି ବୋଲି ଦିନେ ନବୀନ ବୁଝିପାରିବେ : ଦାମ ରାଉତ

    Share on :
    Date: May 14, 2018    Views: 10643

    ଭୁବନେଶ୍ୱର : ମୋ ପ୍ରତି ଅନ୍ୟାୟ ହୋଇଛି  । ମୋତେ ନ୍ୟାୟ ମିଳିନାହିଁ ବୋଲି ଦିନେ ନବୀନ ବୁଝିପାରିବେ  । ବରିଷ୍ଠ ବିଜେଡ଼ି ନେତା ଡାକ୍ତର ଦାମୋଦର ରାଉତ ଏହା କହିଛନ୍ତି  । ସେହିପରି ତାଙ୍କ ସ୍ଥାନ ତାଙ୍କ ପୁଅ ନେବେ ବୋଲି ପ୍ରଶ୍ନର ଉତ୍ତରରେ ଦାମୋଦର କହିଛନ୍ତିଯେ,  ବିଜୁବାବୁଙ୍କ ମୃତୁ୍ୟର ୨୨ ବର୍ଷ ପରେ ମଧ୍ୟ ଆମେ ତାଙ୍କ ନାମରେ ଭୋଟ ପାଉଛୁ  । କାହିଁକିନା ଓଡ଼ିଶାବାସୀ ତାଙ୍କୁ ଭଲ ପାଉଥିଲେ  । ଠିକ୍ ସେମିତି ପାରାଦୀପବାସୀ ତାଙ୍କୁ ଭଲ ପାଉଛନ୍ତି  ।  ରାଜନୀତି ଏକ ଭିନ୍ନ ପ୍ରସଙ୍ଗ, ତେବେ ବାପ ପୁଅ ମଧ୍ୟରେ ବିଭେଦ ସୃଷ୍ଟି କରି କେହି ସଫଳ ହୋଇପାରିବେ ନାହିଁ ଡାକ୍ତର ରାଉତ କହିଛନ୍ତି  ।

    ଇଂରାଜୀ ଖବରକାଗଜ ‘ଟେଲିଗ୍ରାଫ୍’କୁ ସାକ୍ଷାତକାର ଦେଇ ଡାକ୍ତର ରାଉତ ମହାନଦୀ ପ୍ରସଙ୍ଗରେ କହିଛନ୍ତିଯେ, ମହାନଦୀ ମୁହାଣରୁ ଦେବୀ ମୁହାଣ ଯାଏଁ କୁଜଙ୍ଗ ବ୍ୟାପ୍ତ  । ମହାନଦୀର ୯୫% ଜଳ ଏହି ମୁହାଣ ଦେଇ ବଙ୍ଗୋପସାଗରରେ ମିଶିଥାଏ  । ସେ ମହାନଦୀକୁ ଦେଖି ଦେଖି ସେ ବଡ଼ ହୋଇଛନ୍ତି  । କିନ୍ତୁ ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ମଧ୍ୟ ତାଙ୍କୁ ଗୋଟିଏ ମିନିଟ୍ ବି କହିବାକୁ ସୁଯୋଗ ଦିଆଯାଇନଥିଲା  । ହେଲେ ଯେଉଁମାନଙ୍କର ମହାନଦୀ ସମ୍ପର୍କରେ ସାମାନ୍ୟତମ ଜ୍ଞାନ ରହିଛି ସେମାନେ ହିଁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ଡାକ୍ତର ରାଉତ କ୍ଷୋଭ ପ୍ରକାଶ କରିଛନ୍ତି  । ସେ କହିଲେଯେ, ଛତିଶଗଡ଼ ଛଅଟି ବନ୍ଧ ବାନ୍ଧିଛି  । ଯଦି ଉପରମୁଣ୍ଡରେ ପ୍ରବଳ ବର୍ଷା ହୁଏ ଓ ଛତିଶଗଡ଼ ବ୍ୟାରେଜ ମାଧ୍ୟମରେ ତଳମୁଣ୍ଡକୁ ପାଣି ଛାଡେ଼ ଦେବେ ହୀରାକୁଦ ବନ୍ଧ ଭାଙ୍ଗିଯିବାର ଆଶଙ୍କା ରହିଛି  । ଏବେ ଛତିଶଗଡ଼ ପାଣି ଛାଡ଼ୁନଥିବାରୁ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି  । ସେହିପରି ଉପରମୁଣ୍ଡରେ ଛତିଶଗଡ଼ ରସାୟିନକ କାରଖାନା ସ୍ଥାପନ କରିବାକୁ ଯୋଜନା କରୁଥିବାବେଳେ ସେହି ପାଣି ମହାନଦୀକୁ ଆସିଲେ ଜୈବବିବିଧତା ମଧ୍ୟ ନଷ୍ଟ ହୋଇଯିବ ବୋଲି ଡାକ୍ତର ରାଉତ କହିଛନ୍ତି  ।

    ବିଜେଡ଼ିର ମହାନଦୀ ସୁରକ୍ଷା ଅଭିଯାନ ନେଇ ଦାମ କହିଛନ୍ତିଯେ, ଏହାର ଉଦେ୍ଧଶ୍ୟ କେବଳ ଭୋଟ ପାଇଁ ହେବା ଉଚିତ୍ ନୁହେଁ  । ମହାନଦୀର ଜଳ ସଂରକ୍ଷଣ ପାଇଁ ଆମକୁ ମଧ୍ୟ ବ୍ୟାରେଜ ନିର୍ମାଣ କରିବା ଦରକାର  । କିନ୍ତୁ ସେଭଳି ହେଉନାହିଁ  । ଏହାକୁ ଏକ ପ୍ରସଙ୍ଗ ଭାବେ ଗ୍ରହଣ ନକରି ଦୂରଦୃଷ୍ଟି ସମ୍ପନ୍ନ ଭାବେ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି  ।

    ପୁଅ ସମ୍ବିତଙ୍କ ସମ୍ପର୍କରେ ଡାକ୍ତର ରାଉତ କହିଲେଯେ, ମୋ ପୁଅ ଭୁଲ କରିପାରିବ ନାହିଁ  । ଦଳ ତାଙ୍କୁ ସମ୍ପାଦକ କରିଛି  । ହେଲେ ତା ମାନେ ନୁହେଁ ସେ ବିଧାନସଭାରେ ମୋର ପ୍ରତନିିଧିତ୍ୱ କରିବ  । ପାରାଦୀପରୁ କିଏ ଲଢ଼ିବ ତାହା ପାରାଦୀପବାସୀ ସ୍ଥିର କରିବେ  । ହେଲେ ଜୋରଜବରଦସ୍ତ ଲଦିଦେବାକୁ ଗ୍ରହଣ କରାଯାଇପାରିବ ନାହିଁ  । ମୋତେ ଅଣଦେଖା କରି ମୋ ପୁଅକୁ ଟିକେଟ୍ ଦେଲେ ସେ ତାହାକୁ ଗ୍ରହଣ କରିବକି ବୋଲି ଦାମ ପ୍ରଶ୍ନ କରିଛନ୍ତି  । ମୋ ବିନା ପାରାଦୀପରେ କେହି ଜିତିପାରିବେ ନାହିଁ  । ଯଦି ତାଙ୍କର ବିନାନୁମତିରେ ଦଳ ତାଙ୍କ ପୁଅକୁ ଟିକେଟ୍ ଦିଏ ତାଙ୍କ ପୁଅ ରାଜି ହେବ ନାହିଁ  । ସେ ନଚାହିଁଲେ ପାରାଦୀପବାସୀ ତାଙ୍କ ପୁଅକୁ ଭୋଟ ଦେବେନାହିଁ ବୋଲି ଡାକ୍ତର ରାଉତ କହିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook