Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡ଼ିର ବିକଳ୍ପ ଭାବେ ଉପସ୍ଥାପିତ କରିବାରେ ବିଜେପି ବିଫଳ : ପ୍ରତାପ ଷଡ଼ଙ୍ଗୀ

    Share on :
    Date: May 14, 2018    Views: 6785

    ଭୁବନେଶ୍ୱର : ବିଜେଡ଼ିର ବିକଳ୍ପ ଭାବେ ଉପସ୍ଥାପିତ କରିବାରେ ବିଜେପି ବିଫଳ ହୋଇଛି  । ଏଭଳି ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ  । ଅପରପକ୍ଷରେ ଏହାକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି  ।  ଏହା ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ମତ ଓ ସେ ଭୁଲ୍ କହୁଛନ୍ତି ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି  ।

    ଶ୍ରୀ ଷଡ଼ଙ୍ଗୀ କହିଛନ୍ତିଯେ, ରାଜ୍ୟରେ ଏକ ଭୟଙ୍କର ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି  । ଏଭଳି ସରକାରଙ୍କୁ କିଭଳି ଲୋକମାନେ ବରଦାସ୍ତ କରିଛନ୍ତି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି  । ନବୀନ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରି ଶାସନ କରୁଛନ୍ତି  । ତେବେ ଏଥିପାଇଁ ସେ ନିଜକୁ ଓ ଦଳକୁ ଦାୟୀ କରିଛନ୍ତି  । ବିଜେଡ଼ିର ବିକଳ୍ପ ଭାବେ ଉପସ୍ଥାପିତ କରିବାରେ ଆମେ ବିଫଳ ହୋଇଛୁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି  ।
    ଅପରପକ୍ଷରେ ଏନେଇ ପୃଥ୍ୱୀରାଜ କହିଛନ୍ତିଯେ, ପ୍ରତାପ ଷଡ଼ଙ୍ଗୀ ଭୁଲ୍ କହୁଛନ୍ତି  । ଏକମାତ୍ର ବିରୋଧୀ ଦଳ ଭାବେ ବିଜେଡ଼ିର ବିକଳ୍ପ ଭାବେ ବିଜେପି ନିଜକୁ ଠିକ୍ ଭାବେ ଉପସ୍ଥାପିତ କରିପାରିଛି  । ଯେଉଁଥିପାଇଁ ପଂଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଛି  । ୨୦୧୯ରେ ଦଳ ଭଲ ପ୍ରଦର୍ଶନ କରି ସରକାର ଗଢ଼ିବ ବୋଲି ପୃଥ୍ୱୀରାଜ କହିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook