May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ତୁଟିଲା ବାପି ସର୍ଖେଲ-ଚିରଞ୍ଜିବୀ ବିଶ୍ୱାଳ ବିବାଦ !

    Share on :
    Date: May 13, 2018    Views: 9037

    ଭୁବନେଶ୍ୱର : ବାପି ସର୍ଖେଲ ଓ ଚିରଞ୍ଜିବୀ ବିଶ୍ୱାଳଙ୍କ ମଧ୍ୟରେ କେମିତିକା ସମ୍ପର୍କ ରହିଥିଲା ତାହା କଂଗ୍ରେସ ନେତାଙ୍କୁ ଅଛପା ନାହିଁ  । ଜଗତସିଂହପୁର ଜିଲ୍ଲାରେ କିଏ ପତିଆରା ବିସ୍ତାର କରିବ ସେଥିପାଇଁ ଦୁଇ ନେତାଙ୍କ ମଧ୍ୟରେ ଚାଲିଥିଲା ଶୀତଳ ଯୁଦ୍ଧ  । ଦୁହିଁଙ୍କୁ କେବେ ଗୋଟିଏ ମଂଚରେ ବି ଦେଖିବାକୁ ମିଳୁନଥିଲା  । କିନ୍ତୁ ଏବେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିବା ଚର୍ଚ୍ଚା ହେଉଛି  । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ଦୁଇ ବାପି ଏକ ହୋଇଯାଇଥିବାରୁ ତାହା ଆଗାମୀ ଦିନରେ ଜଗତସିଂହପୁର କଂଗ୍ରେସକୁ ସୁଦୃଢ଼ କରିବ ବୋଲି କୁହାଯାଉଛି  ।

    ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବାବେଳେ ବାପି ସର୍ଖେଲଙ୍କର କଂଗ୍ରେସରେ ଢେ଼ର ଦବଦବା ରହିଥିଲା  । ଏମିତିକି ବାପିଙ୍କୁ ପ୍ରସାଦଙ୍କ ପାଖେ ପାଖେ ଦେଖିବାକୁ ମିଳୁଥିଲା  । କିନ୍ତୁ ପିସିସି ପରିବର୍ତନ ସହ କଂଗ୍ରେସ ରାଜନୀତି ଓଲଟପାଲଟ ହୋଇଯାଇଛି  । ଚିରଞ୍ଜିବୀ ବିଶ୍ୱାଳ ବି ବେଶ୍ କ୍ଷମତାଶାଳୀ ହୋଇଯାଇଛନ୍ତି । କାର୍ଯ୍ୟକାରୀ ସଭାପତି ହେବା ସହ ଉପକୂଳ ଓଡ଼ିଶା ଦାୟିତ୍ୱ ତାଙ୍କରି ହାତରେ ନ୍ୟସ୍ତ କରାଯାଇଛି  । ତେଣୁ ସ୍ୱାଭାବିକ ଭାବେ ଚିରଞ୍ଜିବୀଙ୍କ ନିକଟତର ହେବାକୁ ଚାହୁଁଥିଲେ ବାପି ସର୍ଖେଲ  । ତେବେ ନିରଞ୍ଜନଙ୍କ ନିଦେ୍ର୍ଧଶରେ ମହମ୍ମଦ ମୁକିମ୍ ଦୁଇ ବାପିଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର କରିବାରେ ସମର୍ଥ ହୋଇଥିବା କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି  ।

    Maximum 500 characters

    ଅଧିକ ମତାମତ

    Congress is great

    salabeg sinha

    May 13, 2018

    Thank u sir

    Rajesh prasad das

    May 14, 2018

    ରାଜନୀତି View all

    Find Us on Facebook