Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିରେ ଅଛନ୍ତି ଦୁର୍ଯେ୍ୟାଧନ ଓ ଦୁଃଶାସନ : ସୀତାରାମ ୟେଚୁରୀ

    Share on :
    Date: May 13, 2018    Views: 941

    ଭୁବନେଶ୍ୱର : ବିଜେପିରେ ଦୁର୍ଯେ୍ୟାଧନ ଓ ଦୁଃଶାସନ ଭଳି ଦୁଇ ଚରିତ୍ର ରହିଛନ୍ତି  । ବିଜେପି ନେତାମାନେ ରାମାୟଣ ସମ୍ପର୍କରେ ବହୁତ କଥା ଉଲ୍ଲେଖ କରୁଥିବାବେଳେ ସେମାନେ ମହାଭାରତରୁ ବହୁତ କିଛି ଶିଖିବା ଦରକାର  । କୌରବ ଶହେ ଭାଇ ଥିଲେ ହେଁ ଦୁର୍ଯେ୍ୟାଧନ ଓ ଦୁଃଶାସନଙ୍କ ବ୍ୟତୀତ ଅନ୍ୟ ଭାଇଙ୍କ ନା କେହି ଜାଣନ୍ତି ନାହିଁ ବୋଲି ବରିଷ୍ଠ ବାମପନ୍ଥୀ ନେତା ସୀତାରାମ ୟେଚୁରୀ କହିଛନ୍ତି  । ତେବେ ବିଜେପିର କାହାକୁ ଇଙ୍ଗିତ କରି ସେ ଏକଥା କହିଛନ୍ତି ସମ୍ପର୍କରେ ସେ କହିଥିଲେଯେ, ସମଝଦାଁରୋ କୋ ଇସାରା କାଫି ହେ  ।

    ସେହିପରି ଦେଶ ଏବେ ଆର୍ଥିକ ଦୃଷ୍ଟିରୁ ଖରାପ ସମୟ ଦେଇ ଗତି କରୁଥିବାବେଳେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି  । ସାମ୍ପ୍ରଦାୟିକ ଶକ୍ତିମାନେ ଦେଶର ଏକତା ଓ ଅଖଣ୍ଡତା ଉପରେ ପ୍ରହାର କରି ଚାଲିଛନ୍ତି  । ସାମ୍ବିଧାନିକ ସଂସ୍ଥା ଉପରେ ପ୍ରହାର ହେଉଛି  । ତେଣୁ ଦେଶକୁ ଏହି ପରିସ୍ଥିତିରୁ  ମୁକୁଳାଇବାକୁ ହେଲେ ଆଗାମୀ ନିର୍ବାଚନରେ ବିଜେପିକୁ ହଟାଇବାକୁ ପଡ଼ିବ  । ବିକଳ୍ପ ନୀତି ଆପଣାଇବା ସହ ଜନ ଆନେ୍ଦାଳନକୁ ତୀବ୍ର କରିବା ଦରକାର ବୋଲି ୟେଚୁରୀ କହିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook