Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୦୧୯ରେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ଲଢେ଼ଇ ହେବ : ଚିରଞ୍ଜିବୀ

    Share on :
    Date: May 13, 2018    Views: 8181

    ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଅନେକ ଲୋକ ବିଜେପି ଆଡ଼କୁ ଢଳି ଯାଇଥିଲେ  । ଓଡ଼ିଶାରେ ସରକାର ବିରୋଧୀ ହାୱାକୁ ବିଜେପି ହାତେଇ ନେଇଥିଲା  । ଏବେ ଲୋକମାନେ କଂଗ୍ରେସକୁ ପୁଣି ସମର୍ଥନ ଆରମ୍ଭ କରିଦେଲେଣି  । ଆମେ ଜୋରଦାର ଲଢେ଼ଇ କରିବାକୁ ମନସ୍ଥ କରିସାରିଛୁ  । ମୁଖ୍ୟତଃ ବିଜେଡ଼ି ସହିତ କଂଗ୍ରେସର ଲଢେ଼ଇ ହେବବୋଲି କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି  ।

    ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ଚିରଞ୍ଜିବୀ କହିଛନ୍ତିଯେ, ନିରଞ୍ଜନ ପଟ୍ଟନାୟକ ଜଣେ ପୁରୁଖା ନେତା ଏବଂ ତାଙ୍କର ବହୁ ଅଭିଜ୍ଞତା ରହିଛି  । ୧୯୮୦ରୁ ବିଧାନସଭାକୁ ନିର୍ବାଚିତ ହେବା ସହିତ ଜାନକୀବାବୁଙ୍କ ମନ୍ତ୍ରିମଣ୍ଡଳରେ ସେ ପ୍ରତିନିଧିତ୍ୱ କରିଛନ୍ତି  । ତାଙ୍କ ନେତୃତ୍ୱରେ ଆମେ ଦଳର ସଂଗଠନକୁ ମଜବୁତ୍ କରିବା ପାଇଁ କାମ କରିବୁ  । 

    ନିରଞ୍ଜନଙ୍କ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଫର୍ମୂଲାକୁ ନେଇ ମଧ୍ୟ ଚିରଞ୍ଜିବୀ ମତ ରଖିଛନ୍ତି  । ଚିରଞ୍ଜିବୀ କହିଛନ୍ତିଯେ, ଶ୍ରୀକାନ୍ତ ବାବୁଙ୍କ ଫର୍ମୂଲା ମୂଳରୁ ପୁଅ ନାହିଁ, ପୁଅ ନାଁ ଗୋପଳିଆ ଭଳି କଥା  । ରାଜ୍ୟରେ ଏବେ କଂଗ୍ରେସର ମାତ୍ର ୧୫ ଜଣ ବିଧାୟକ ଅଛନ୍ତି  । ଏବେ ଆମେ ଲଢେ଼ଇ କରିବା ଭଳି ସ୍ଥିତିକୁ ଆସିବା ପାଇଁ ଚେଷ୍ଟା କରୁଛୁ  । ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ନିର୍ବାଚିତ ବିଧାୟକମାନେ ନିଷ୍ପତି କରିବେ  । ଚଉସ୍ତରୀ ଜଣ ବିଧାୟକ ନିର୍ବାଚିତ ହେଲେ ଯାଇ ଏକଥା ଚିନ୍ତା କରାଯିବ  । ନଈ ନଦେଖି ଲଙ୍ଗଳା ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Absolutely right Bhai,

    Manasa jena

    May 13, 2018

    Jay congress continue sir

    Antaryami rout

    May 13, 2018

    ରାଜନୀତି View all

    Find Us on Facebook