Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅଗଷ୍ଟ ସୁଦ୍ଧା ଅର୍ଦ୍ଧାଧିକ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ : ନିରଞ୍ଜନ ପଟ୍ଟନାୟକ

    Share on :
    Date: May 13, 2018    Views: 5053

    ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ସୁଦ୍ଧା ଅର୍ଦ୍ଧାଧିକ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ  । ନାମ ଘୋଷଣା ପରେ ୩ ମାସ ପର୍ଯ୍ୟନ୍ତ ସଂଗଠନ ଓ କର୍ମୀଙ୍କୁ ନେଇ ନିଜ ଭାବମୂର୍ତ୍ତିରେ ପରିବର୍ତ୍ତନ ଓ ଜିତିବା ଆଶା ଦେଖାନଗଲେ ପୁନର୍ବାର ଟିକେଟ ପ୍ରତ୍ୟାହାର କରି ନିଆଯିବ  । କଂଗ୍ରେସର ଆଗୁଆ ପ୍ରାର୍ଥୀ ଘୋଷଣା ନେଇ ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ।

    କଳାହାଣ୍ଡିରେ ଆୟୋଜିତ ସମାବେଶରେ ନିରଞ୍ଜନ କହିଲେଯେ, କାନକୁହା କଥାରେ ବିଶ୍ୱାସ ନକରି ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ତୃଣମୂଳସ୍ତରରେ କଠିନ ପରିଶ୍ରମ କରିବା ଦରକାର  । ତାହେଲେ ଯାଇ କଂଗ୍ରେସ କ୍ଷମତାକୁ ଆସିବ ସହ ଓଡ଼ିଶା ହସିବ ବୋଲି ସେ କହିଛନ୍ତି  । 

    ଆଗୁଆ ପ୍ରାର୍ଥୀ ଘୋଷଣା ନେଇ ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିବା ପରେ କଂଗ୍ରେସ ରାଜନୀତି ସରଗରମ ହୋଇପଡ଼ିଛି  । ବିନା ଲବିରେ କେଉଁ କେଉଁ ନେତାଙ୍କ ଉପରେ ନିରଞ୍ଜନ ଓ ଏଆଇସିସି ଆସ୍ଥା ପ୍ରକଟ କରୁଛନ୍ତି, କେଉଁ ଆଧାରରେ ପ୍ରାର୍ଥୀ ଚୟନ କରାଯାଉଛି ତାହା ଉପରେ ଏବେ ବିଜେଡ଼ି ଓ ବିଜେପି  ମଧ୍ୟ ନିଘା ରଖିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Good step

    Santosh ku. Bhuyan

    May 13, 2018

    Right Sir. good decision, Niranjan Pattanik is the great politician leader in Odisha Congress party, Athra Niranjan Sarkar.

    Gadadhar jena

    May 13, 2018

    ରାଜନୀତି View all

    Find Us on Facebook