May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କର୍ଣ୍ଣାଟକ ଏକଜିଟ୍ ପୋଲ : ଝୁଲା ବିଧାନସଭା

    Share on :
    Date: May 12, 2018    Views: 2987

    ନୂଆଦିଲ୍ଲୀ : ଶେଷ ହୋଇଛି ବହୁ ପ୍ରତୀକ୍ଷିତ କର୍ଣ୍ଣାଟକ ନିର୍ବାଚନ  । ୨୦୧୯ ପୂର୍ବରୁ ଜାତୀୟ ରାଜନୀତିର ମୋଡ଼ ବଦଳାଇବାକୁ ଯାଉଥିବା କର୍ଣ୍ଣାଟକ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି  । ଆରମ୍ଭ ହୋଇଛି କିଏ ଜିତିବ, କିଏ ହାରିବ, କିଏ ହେବ କିଙ୍ଗମେକରର ଅବଗଣନା  । ବିଭିନ୍ନ ଜାତୀୟ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ଏନେଇ ବୁଥଫେରନ୍ତା ଭୋଟରଙ୍କ ମତାମତ ଆଧାରରେ ସର୍ବେକ୍ଷଣ କରାଯାଇଛି  ।

    ସିଏନଏନ-ଆଇବିଏନ୍ର ସର୍ଭେ ଅନୁଯାୟୀ କଂଗ୍ରେସ ୯୦ରୁ ୧୦୩ ଆସନ ପାଇ ସବୁଠୁ ବଡ଼ ଦଳ ଭାବେ ଉଭା ହେବ  । ଅପରପକ୍ଷରେ ବିଜେପିକୁ ୮୦ରୁ ୯୩ ଆସନ ମିଳିବାର ଥିବାବେଳେ ଜେଡ଼ିଏସ ୩୧ରୁ ୩୯ ଆସନ ପାଇବ  । ତେବେ ଏବିପି ସି ଭୋଟର ସର୍ଭେ ଅନୁଯାୟୀ ବିଜେପି ୪୧%, କଂଗ୍ରେସ ୩୯% ଓ ଜେଡ଼ିଏସ ୧୭% ଭୋଟ ପାଇବ ବୋଲି ପ୍ରଥମ ଦଫା ଆକଳନ କରାଯାଇଛି  । ବିଜେପିକୁ ୯୭ରୁ ୧୦୯ ଆସନ, କଂଗ୍ରେସକୁ ୮୭ରୁ ୯୯ ଆସନ ଓ ଜେଡ଼ିଏସକୁ ୨୧ରୁ ୩୦ ଆସନ ମିଳିବ ବୋଲି ଆକଳନ ହୋଇଛି  । ଅପରପକ୍ଷରେ ଟାଇମ୍ସ ନାଓ-ଭିଏମଆର  ଆକଳନ ଅନୁଯାୟୀ ବିଜେପିକୁ ୮୦ରୁ ୯୩ ଆସନ ମିଳିବାର ଥିବାବେଳେ କଂଗ୍ରେସକୁ ୯୦ରୁ ୧୦୩ ଆସନ ମିଳିବ  । ଯେତେବେଳେକି ଜେଡ଼ିଏସକୁ ୩୧ରୁ ୩୯ ଆସନ ମିଳିବ ବୋଲି ଆକଳିତ ହୋଇଛି  ।

    ଅପରପକ୍ଷରେ ସିଏନଏକ୍ସର ସର୍ଭେ ଅନୁଯାୟୀ ବିଜେପିକୁ ୧୦୬, କଂଗ୍ରେସକୁ ୭୫ ଓ ଜେଡ଼ିଏସକୁ ୩୭ ଆସନ ମିଳିବ ବୋଲି ଜଣାପଡ଼ିଛି  । ସ୍ଥାନୀୟ ଚ୍ୟାନେଲଗୁଡ଼ିକର ଆକଳନ ଅନୁଯାୟୀ ବିଜେପିକୁ ୭୯ରୁ ୦୧୯, କଂଗ୍ରେସକୁ ୮୭ରୁ ୯୯ ଓ ଜେଡ଼ିଏସକୁ ୨୧ରୁ ୩୦ ଆସନ ମିଳିବ  ।

    ସେହିପରି ଆକ୍ସିସ ମାଇ ଇଣ୍ଡିଆ ଏକଜିଟ ପୋଲ ଅନୁଯାୟୀ ବିଜେପିକୁ ୮୫, କଂଗ୍ରେସକୁ ୧୧୧, ଜେଡ଼ିଏସକୁ ୨୬ ଆସନ ମିଳିବାର ସମ୍ଭାବନା ରହିଛି  । 
    ଇଣ୍ଡିଆ ଟୁଡେ଼-ଆକ୍ସିସର ଏକଜିଟ ପୋଲ ଅନୁଯାୟୀ କଂଗ୍ରେସକୁ ୧୦୬ରୁ ୧୧୮, ବିଜେପିକୁ ୭୯ରୁ ୯୨ ଓ ଜେଡ଼ିଏସ+କୁ ୨୨ରୁ ୩୦ ଆସନ ମିଳିବ ବୋଲି ଆକଳନ କରାଯାଇଛି  ।
    ଜନକି ବାତ ଏକଜିଟ୍ ପୋଲ ଅନୁଯାୟୀ ବିଜେପିକୁ ୯୫ରୁ ୧୧୪, କଂଗ୍ରେସକୁ ୭୩ରୁ ୮୨, ଜେଡ଼ିଏସକୁ ୩୨ରୁ ୪୩ ଆସନ ମିଳିବାର ସମ୍ଭାବନା ରହିଛି  ।

    Maximum 500 characters

    ଅଧିକ ମତାମତ

    Crongres

    Subrat parida

    May 13, 2018

    ଦେଶ ବିଦେଶ View all

    Find Us on Facebook