Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୧୮ ବର୍ଷରେ ୧୮ ଗୁଣା ବଢ଼ିଛି ଜଳସମ୍ପଦ ବିଭାଗ ବଜେଟ୍ : ନିରଞ୍ଜନ ପୂଜାରୀ

    Share on :
    Date: May 12, 2018    Views: 87

    ଭୁବନେଶ୍ୱର : ୧୮ ବର୍ଷରେ ରାଜ୍ୟର ଜଳସମ୍ପଦ ବିଭାଗ ବଜେଟ୍ ୧୮ ଗୁଣା ବୃଦ୍ଧି ପାଇଛି  । ବିଭାଗୀୟ ସମୀକ୍ଷା ପରେ ଏହା କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ  ।

    ସେ କହିଲେଯେ, ୨୦୧୩-୧୪ ମସିହାରେ ୪ ହଜାର ୨୪ କୋଟି ଟଙ୍କା ବ୍ୟୟ ଅଟକଳ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦୧୮-୧୯ଆର୍ଥିକ ବର୍ଷରେ ୧୦ ହଜାର ୧୯୬ କୋଟି ଟଙ୍କାକୁ କରାଯାଇଅଛି । 
    ୫ବର୍ଷ ମଧ୍ୟରେ ଅଧିକ ୧୦ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତନ୍ମଧ୍ୟରୁ ବିଗତ ୪ବର୍ଷ ମଧ୍ୟରେ ୭ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମି ପାଇଁ ଜଳସେଚନ ସୁବିଧା ସୃଷ୍ଟି କରାଯାଇଅଛି । ଚଳିତ ବର୍ଷ ଖରିଫ ଋତୁରେ ରୁଜୁରା, ରେତ, ତେଲେଙ୍ଗିରୀ ଓ ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇ କେବିକେ ଏବଂ ପଶ୍ଚିମଓଡ଼ିଶା ଅନ୍ତର୍ଗତ ଜିଲ୍ଲାଗୁଡ଼ିକରେ ଥିବା ୫୪ ହଜାର ୧୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ । ଗତବର୍ଷ ଆମ ସରକାର ବରଗଡ଼ ଜିଲ୍ଲାରେ ୨୫ ହଜାର ୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ୧ ହଜାର ୨୪୬ କୋଟି ଟଙ୍କା ଅଟକଳ ମୂଲ୍ୟର ଗଙ୍ଗାଧର ମେହେର ଲିଫ୍ଟ କେନାଲ କାର୍ଯ୍ୟ ଆରମ୍ଭ କରିଛନ୍ତି । 

    ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା: ବର୍ତମାନ ସୁଦ୍ଧା ଏହି ଯୋଜନାରେ ଇନ୍ଦାବତୀ ଲିଫ୍ଟ କେନାଲକୁ ମିଶାଇ ସମୁଦାୟ ୧୭୧ ଗୋଟି ବୃହତ୍ ଉଠ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୨୮ ଗୋଟି ନୂତନ ବୃହତ ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିବା ସହିତ ନିର୍ମାଣଧୀନ ଥିବା ୧୨୭ ଗୋଟି ପ୍ରକଳ୍ପରୁ ୮୦ ଗୋଟି ପ୍ରକଳ୍ପକୁ ସଂପୂର୍ଣ୍ଣ କରାଯାଇ ଅଧିକ ୧ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ । 

    ଗଭୀର ନଳକୂପ ଯୋଜନା: ବିଗତ ୪ ବର୍ଷରେ ୪୯ ହଜାର ୪୩ ଗୋଟି ନଳକୂପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମରେ ଅଧିକ ୨୦ ହଜାର ନଳକୂପ ନିର୍ମାଣ କରାଯାଇ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ବିଗତ ୪ବର୍ଷ ମଧ୍ୟରେ ୮ ହଜାର ୪୧୩ ଗୋଟି ଆଡ଼ିବନ୍ଧ ନିର୍ମାଣ କରାଯାଇଛି । ଜଳସଂପଦକ ବିଭାଗ ଦ୍ୱାରା ପ୍ରକଳ୍ପ ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ, ବନ୍ୟା ନିୟନ୍ତ୍ରଣ ଏବଂ ଜଳ ନିଷ୍କାସନ ଇତ୍ୟାଦି କାର୍ଯ୍ୟ ପାଇଁ ଯୋଜନା ଓ ଅଣଯୋଜନା ପାଣ୍ଠିରୁ ସମୁଦାୟ ୨୬ ହଜାର ୮୮୯ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook