May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମହାନଦୀ ତଳମୁଣ୍ଡରେ ହେବ ୭ ପ୍ରକଳ୍ପ : ପ୍ରଦୀପ ଜେନା

    Share on :
    Date: May 12, 2018    Views: 1835

    ଭୁବନେଶ୍ୱର : ମହାନଦୀ ତଳମୁଣ୍ଡରେ ହେବ ୭ ପ୍ରକଳ୍ପ  । ଜଳସେଚନର ସୁବିଧା ପାଇଁ ରାଜ୍ୟ ସରକାର ଏଭଳି ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି  । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା  ।

    ମହାନଦୀ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ଜେନା କହିଛନ୍ତିଯେ, ମହାନଦୀର ଶାଖାନଦୀ ଓ ଉପନଦୀରେ ରାଜ୍ୟ ସରକାର ଜଳସେଚନ ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି  । ବ୍ୟାରେଜ୍ ଓ ଆନିକଟ୍ ଭଳି ୭ଟି ପ୍ରକଳ୍ପ କରାଯିବ  । ହୀରାକୁଦର ତଳମୁଣ୍ଡରେ ଏଭଳି ପ୍ରକଳ୍ପମାନ କରାଯାଇ ଜଳସେଚନର ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି  ।

    ସୂଚନାଯୋଗ୍ୟଯେ, ଆସନ୍ତା ୧୬ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ଆନେ୍ଦାଳନର ଶୁଭାରମ୍ଭ କରିବାକୁ ଯାଉଛନ୍ତି  । ଝାରସୁଗୁଡ଼ାର ସୁଖାସୋଡ଼ାରୁ ନବୀନ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ କରିବେ  । ତେବେ ଗୋଟିଏ ପଟେ ରାଜ୍ୟ ସରକାର ଛତିଶଗଡ଼କୁ ଟାର୍ଗେଟ କରିବାକୁ ଯାଉଥିବାବେଳେ ଅପରପକ୍ଷରେ ମହାନଦୀ ତଳମୁଣ୍ଡରେ ପ୍ରକଳ୍ପ କରିବାକୁ ମଧ୍ୟ ନିଷ୍ପତି ନେଇଛନ୍ତି  ।

    Maximum 500 characters

    ଅଧିକ ମତାମତ

    Good thinking

    Tapas samal

    May 12, 2018

    ଯୋଜନା ଓ ବିକାଶ View all

    Find Us on Facebook