Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏରିଆରେ ଖାତା ଖତିଆନ ନଥିବା ନେତାଙ୍କୁ ମିଳିବନି କଂଗ୍ରେସ ଟିକେଟ୍, ହେବେ ମାର୍ଗଦର୍ଶକ

    Share on :
    Date: May 12, 2018    Views: 6907

    ଭୁବନେଶ୍ୱର : ଅସଜଡ଼ା କଂଗ୍ରେସକୁ ସଂଗଠିତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ ହୋଇଛି  । ପିସିସିରୁ ଏଆଇସିସି ପର୍ଯ୍ୟନ୍ତ କସରତ ଜାରିରହିଛି  । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନର ପ୍ରାୟ ବର୍ଷେ ପୂର୍ବରୁ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ନିଷ୍ପତି ନେଇଛି ଦଳ  । ତେବେ ନିର୍ବାଚନମଣ୍ଡଳୀରେ ଆଦୌ ଖାତା ଖତିଆନ୍ ନଥିବା ଅନେକ ବରିଷ୍ଠ ନେତାଙ୍କୁ ଦଳ ଆଉ ପ୍ରାର୍ଥୀ କରିବ ନାହିଁ  । ବରଂ ସେମାନଙ୍କ ଅଭିଜ୍ଞତାକୁ ଦଳ ଗ୍ରହଣ କରିବା ପାଇଁ ଏହି ଖାତା ଖତିଆନ ନଥିବା ନେତାଙ୍କୁ ମାର୍ଗଦର୍ଶକ ଭାବେ ଉପଯୋଗ କରିବାକୁ କଂଗ୍ରେସ ନିଷ୍ପତି ନେଇଛି  ।

    ପ୍ରକାଶଥାଉକି, ୧୯୮୦ରୁ ୨୦୦୦ ମଧ୍ୟରେ ବିଧାୟକ ଓ ମନ୍ତ୍ରୀ ହୋଇଥିବା ଅନେକ ପ୍ରଭାବଶାଳୀ ବରିଷ୍ଠ ନେତାଙ୍କର ନିଜ ନିଜ ନିର୍ବାଚନମଣ୍ଡଳୀରେ ଆଉ ଖାତା ଖତିଆନ୍ ନାହିଁ  । ଏମିତିକି ଅଧିକାଂଶ ନିଜ ନିର୍ବାଚନମଣ୍ଡଳୀରେ ପାଦ ନପକାଇ ଭୁବନେଶ୍ୱରରେ ଆସ୍ଥାନ ଜମାଇଛନ୍ତି  । ଖାଲି ସେତିକିନୁହେଁ ଏହି ନେତାମାନଙ୍କର ଯିଏ ବି ପିସିସି ସଭାପତି ହେଉ ଦଳରେ ଏବେବି ଦବଦବା ଜାରିରହିଛି  । ଏତେ ଦବଦବା ରହିଛିଯେ, ସେମାନେ ଆସନ୍ତା ନିର୍ବାଚନରେ ମଧ୍ୟ ଦଳୀୟ ଟିକେଟ ପାଇବାକୁ ଯାଉଛନ୍ତି ବୋଲି ଖାଲି ଚର୍ଚ୍ଚା ନୁହେଁ ନିଶ୍ଚିତ ବୋଲି ଆତ୍ମଘୋଷଣା କରୁଛନ୍ତି  । କିନ୍ତୁ ବାସ୍ତବରେ ସେମାନଙ୍କର ଏରିଆରେ ଆଉ ଅଖା ବିରି ନାହିଁ  । ସଂପୃକ୍ତ ଅଂଚଳରେ ଯେଉଁ ଯୁବ ନେତା ବାସ୍ତବରେ ସଂଗଠନ କରି କଂଗ୍ରେସକୁ ମଜବୁତ କରିବାକୁ ଲାଗୁଛନ୍ତି ତା’ପାଇଁ କଂଗ୍ରେସ ଭବନକୁ ବାଟ ବନ୍ଦ ହୋଇଯାଇଛି  । କାରଣ କଂଗ୍ରେସରେ ଏହି ବରିଷ୍ଠ ନେତାଙ୍କ ଏତେ ଦବଦବା ରହିଛି ତାକୁ ଭେଦ କରିବା କାଠିକର ପାଠ  । କଂଗ୍ରେସ ଭବନର ଯେକୌଣସି ଉତ୍ସବ ହେଉ କି ମହାପୁରୁଷଙ୍କ ଜନ୍ମ କି ଶ୍ରାଦ୍ଧ ଦିବସ ହେଉ କିମ୍ବା ଏଆଇସିସିରୁ କେହି ବରିଷ୍ଠ ନେତାମାନେ ଆସିଲେ, ଏହି ନେତାମାନେ ଆଗଧାଡ଼ିରେ ଆସ୍ଥାନ ଜମାଇ ରଖନ୍ତି  । 

    ଏଭଳି ସ୍ଥିତିରେ ଏଆଇସିସି ଏକ କୌଶଳ ଆପଣାଇବାକୁ ଯାଉଛି  । ଏରିଆରେ ଖାତା ଖତିଆନ ନଥିବା ଏହି ବରିଷ୍ଠ ନେତାମାନଙ୍କୁ କଂଗ୍ରେସ ଆପାତତଃ ପ୍ରାର୍ଥୀ ନକରିବାକୁ ନିଷ୍ପତି ନେଇଛି  । ତେବେ ଯେଉଁ ବରିଷ୍ଠ ନେତାମାନଙ୍କର ଏରିଆରେ ଦବଦବା ରହିଛି ସେମାନଙ୍କୁ ଦଳ ପ୍ରାଥମିକତା ଦେଇ ପ୍ରାର୍ଥୀ କରିବାକୁ ସ୍ଥିର କରିଛି  । କିନ୍ତୁ ଏରିଆ ସଂସ୍ପର୍ଶରେ ନଥିବା ଏହି ନେତାମାନଙ୍କୁ ଦଳ ହାତଛାଡ଼ି ଦେବ ନାହିଁ  । ସେମାନଙ୍କୁ ପ୍ରାର୍ଥୀ କରିବ ନାହିଁ ସତ, କିନ୍ତୁ ସେମାନଙ୍କୁ ମାର୍ଗଦର୍ଶକ ସମ୍ମାନରେ ସମ୍ମାନୀତ କରି ସେମାନଙ୍କ ଅଭିଜ୍ଞତାକୁ ଉପଯୋଗ କରିବାକୁ ନିଷ୍ପତି ନେଇଛି  । ଯଦି ଏହା ବାସ୍ତବରେ କାର୍ଯ୍ୟକାରୀ ହୁଏ କଂଗ୍ରେସର ଏଭଳି ଅନେକ ବରିଷ୍ଠ ଓ ଅଭିଜ୍ଞ ନେତା ମାର୍ଗଦର୍ଶକରେ ହିଁ ସକ୍ରିୟ ରାଜନୀତିରୁ ଅବସର ଗ୍ରହଣ କରିବାକୁ ବାଧ୍ୟ ହେବେ  । କାରଣ ଅଧିକାଂଶ ଏଭଳି ନେତାମାନଙ୍କର ୨୦୧୯ ହେଉଛି ଶେଷ ନିର୍ବାଚନ  । ଏହା ପରେ ଆଉ ତାଙ୍କ ବୟସ ହୁଏତ ନିର୍ବାଚନ ଲଢ଼ିବାକୁ ବାଧକ ସାଜିପାରେ  । ତେବେ ଏଦିଗରେ ବାସ୍ତବ କ୍ଷେତ୍ରରେ ଏଆଇସିସି କାର୍ଯ୍ୟକାରୀ କରିବାକୁ କେତେଦୂର ସକ୍ଷମ ହୋଇପାରୁଛି ତାହା ଅବଶ୍ୟ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ  ।

    Maximum 500 characters

    ଅଧିକ ମତାମତ

    Badachana re sitakanta $ janmajaya tanaotara.Ame karmimane asubidhare paduchu.tenu jahakubi tikat milu.ame achu.bujha bana kari ticket debe

    Tapas samal

    May 12, 2018

    Very good.

    Sudhansu

    May 12, 2018

    ରାଜନୀତି View all

    Find Us on Facebook