Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୪୦ ଆସନକୁ ନେଇ ଅଙ୍କ କଷୁଛି କଂଗ୍ରେସ

    Share on :
    Date: May 12, 2018    Views: 11525

    ଭୁବନେଶ୍ୱର : ବିଜେପି ଭଳି ୧୨୦ ମିଶନ ନୁହେଁକି ବିଜେଡ଼ି ଭଳି ୧୦୦+ ମିଶନ ନୁହେଁ, ନିଜର ଶକ୍ତି ପରଖି କଂଗ୍ରେସ ୨୦୧୯ ପାଇଁ ୪୦ ଆସନ ସକାଶେ ଅଙ୍କ କଷୁଥିବା ଜାଣିବାକୁ ମିଳିଛି  । ଯେଉଁ ଯେଉଁ ଆସନରେ କଂଗ୍ରେସ ବିଜୟୀ ହୋଇଥିଲା ଓ ଯେଉଁ ଆସନମାନଙ୍କରେ କଂଗ୍ରେସ ୫୦ ହଜାରରୁ ଉଦ୍ଧ୍ୱର୍ ଭୋଟ୍ ପାଇଥିଲା ସେହି ସେହି ଆସନଗୁଡ଼ିକରେ ଧ୍ୟାନ କେନ୍ଦ୍ରୀଭୂତ କରିଛି  । ୧୪୭ ଆସନରେ ବିଚ୍ଛୁରିତ ଭାବେ ଶକ୍ତି ପ୍ରଦର୍ଶନ କରିବା ଅପେକ୍ଷା ନିର୍ଦ୍ଧିଷ୍ଟ ଆସନରେ ସଂଗଠନକୁ ମଜବୁତ କରିବା ସହ ନିଶ୍ଚିତ ବିଜୟର ସୁଯୋଗ ସୃଷ୍ଟି ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍ ଅଙ୍କ କଷା ଆରମ୍ଭ କରିଛି  । ସେହିପରି ୩୦ ହଜାରରୁ ଉଦ୍ଧ୍ୱର୍ ଭୋଟ୍ ପାଇଥିବା ଆସନଗୁଡ଼ିକରେ ଦଳ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରୁ ଫାଇଦା ଉଠାଇବା ନିମନ୍ତେ ମଧ୍ୟ ଯୋଜନା କରିଛି  । ତେବେ ସେହି ଆସନଗୁଡ଼ିକ ପାଇଁ ନିର୍ବାଚନର ଦୁଇ ତିନି ମାସ ପୂର୍ବରୁ ହିଁ ଯୋଜନା କରିବ ବୋଲି ଜାଣିବାକୁ ମିଳିଛି  ।

    ମିଳିଥିବା ସୂଚନାନୁଯାୟୀ ଦଳ ୨୦୧୭ ପଂଚାୟତ ନିର୍ବାଚନ ଅଙ୍କକୁ ଗୁରୁତ୍ୱ ନଦେଇ ୨୦୧୪ ଅଙ୍କକୁ ଗୁରୁତ୍ୱ ଦେଇଛି  । କାହିଁକିନା ୨୦୧୭ ପଂଚାୟତ ନିର୍ବାଚନରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଅଭାବରୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା  । ସେହି ଆଧାରରେ ନିରଞ୍ଜନଙ୍କ ଟିମ୍ ୨୦୧୯ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଛି  । ଏବେ କଂଗ୍ରେସର ୧୫ ଜଣ ବିଧାୟକ ଅଛନ୍ତି  । ଆଗାମୀ ନିର୍ବାଚନରେ ଏହି ୧୫ ଆସନରୁ ନିଶ୍ଚିତ ବିଜୟ ପାଇଁ ସେହି ସେହି ବିଧାୟକଙ୍କୁ ଦଳ ବଳ ଯୋଗାଇବ  । ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବଲାଙ୍ଗୀର, ଡାବୁଗାଁ, ଜି ଉଦୟଗିରି, ସାଲେପୁର, ଆଳି, ରାଜନଗର, ଜଗତସିଂହପୁର, ପାରଳାଖେମୁଣ୍ଡି, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ କୋରାପୁଟ ଆସନରେ ୨୦୧୪ରେ ଦଳ ବିଜୟୀ ହୋଇଥିଲା  । ତେଣୁ ୨୦୧୯ରେ ବି ସେଠାରୁ ଯେଭଳି ଦଳୀୟ ପ୍ରାର୍ଥୀ ବିଜୟୀ ହୋଇପାରିବେ ତାହା ନିଶ୍ଚିତ କରାଯିବ  । ଏମାନଙ୍କ ମଧ୍ୟରୁ ସବୁ ବିଧାୟକଙ୍କୁ ଟିକେଟ ମିଳିବା ମଧ୍ୟ ନିଶ୍ଚିତ ହୋଇଯାଇଛି  । ପ୍ରଥମ ଦଫାରେ ଏମାନଙ୍କ ନାମ ହିଁ ଘୋଷଣା କରାଯିବ ବୋଲି ଜାଣିବାକୁ ମିଳିଛି  ।

    ୨୦୧୪ ନିର୍ବାଚନରେ ଆନନ୍ଦପୁର, ବସ୍ତା, ବାସୁଦେବପୁର, ନିଆଳୀ, ରାୟଗଡ଼ା ଓ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀ ୬୦ ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇଥିଲେ  । ତେଣୁ ନିରଂଜନଙ୍କ ଅଗ୍ରାଧିକାର ତାଲିକାରେ ମଧ୍ୟ ଏହି ଆସନଗୁଡ଼ିକ ରହିଛି  । ବ୍ରହ୍ମଗିରି ଓ ନୟାଗଡ଼ରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଥିଲା  । କିନ୍ତୁ ଲୁଲୁଙ୍କ ପରିବାର ଏବେ ବିଜେପିରେ ମିଶିଥିବାବେଳେ ନୟାଗଡ଼ର ଟାଣୁଆ କଂଗ୍ରେସ ନେତା ଲାଲା ବି ବିଜେପିରେ ଯୋଗଦେଇଛନ୍ତି  । ସେହିପରି ବିଜେପୁରରେ କଂଗ୍ରେସର ସଂଗଠନ ବେଶ ମଜବୁତ ଥିଲେ ମଧ୍ୟ ସୁବଳଙ୍କ ପରିବାର ବିଜେଡ଼ିରେ ମିଶିବା ପରେ କଂଗ୍ରେସ ଗତ ଉପନିର୍ବାଚନରେ ତୃତୀୟସ୍ଥାନକୁ ଠେଲି ହୋଇଯାଇଥିଲା  । ତେଣୁ ନିରଞ୍ଜନ ଏହି ୩ଟି ଆସନରେ ମଧ୍ୟ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଚାହୁଁନାହାଁନ୍ତି  ।

    ଗତ ସାଧାରଣ ନିର୍ବାଚନରେ ତେଲକୋଇ, ଜଳେଶ୍ୱର, ଭୋଗରାଇ, ସୋରୋ, ସିମୁଳିଆ, ଭଦ୍ରକ, ସୁକିନ୍ଦା, ଅନୁଗୁଳ, ଛେଣ୍ଡିପଦା, ଟିଟିଲାଗଡ଼, କଂଟାବାଞ୍ଝô, ଝରିଗାଁ, କେନ୍ଦ୍ରାପଡ଼ା, ତିର୍ତୋଲ, ଜଟଣୀ, ଭଞ୍ଜନଗର, ସୋରଡ଼ା, ସାନଖେମୁଣ୍ଡି ଓ ଗୁଣୁପୁରରେ ଦଳୀୟ ପ୍ରାର୍ଥୀ ୫୦ରୁ ୬୦ ହଜାର ଭୋଟ ପାଇଥିଲେ  । ୨୦୧୪ରେ ରାତି ଅଧିଆ ଟିକେଟ ଆବଂଟନ, ଠିକ୍ ସମୟରେ ଦଳୀୟ ପ୍ରାର୍ଥୀଙ୍କ ନିକଟରେ ଅର୍ଥ ନପହଁଚିବା ସତ୍ୱେ ଏହିସବୁ ନିର୍ବାଚନମଣ୍ଡଳୀରେ କଂଗ୍ରେସର ପ୍ରାର୍ଥୀମାନେ କଡ଼ା ଟକ୍କର ଦେଇଥିଲେ  । ସ୍ୱାଭାବିକ ଭାବେ ଏହି ସବୁ ଆସନ ମଧ୍ୟ ନିରଞ୍ଜନଙ୍କ ଅଗ୍ରାଧିକାର ତାଲିକାରେ ରହିଛି  ।
    ଖାଲି ସେତିକିନୁହେଁ କେତେକ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାର ଯଥେଷ୍ଟ ସମ୍ଭାବନା ରହିଛି  । ଅଣକଂଗ୍ରେସ ଦଳ ଭାବେ ବିଜେପି ସେହି ଆସନରେ ବିଜେଡ଼ିର ଭୋଟ ଗିଳିବ ବୋଲି ଆକଳନ କରାଯାଉଛି  । ଏସବୁ ଲକ୍ଷ୍ୟ କରି ନିରଞ୍ଜନ ୪୦ରୁ ୫୦ ହଜାର ଭୋଟ ପାଇଥିବା ବରଗଡ଼, ଅତାବିରା, ରାଜଗାଙ୍ଗପୁର, ରେଢ଼ାଖୋଲ, କାମାକ୍ଷାନଗର, ଆଠମଲ୍ଲିକ, ଲୋଇସିଂହା, ଖରିଆର, ଲାଞ୍ଜିଗଡ଼, ଭବାନୀପାଟଣା, ନର୍ଲା, ବୌଦ୍ଧ, ବାଙ୍କୀ, ବାରବାଟୀ-କଟକ, ମୋହନା, ପାଟକୁରା, ପାରାଦୀପ, କାକଟପୁର, ପୁରୀ, ପିପିଲି, ପୋଲସରା, ଚିକିଟି, ବିଷମକଟକ ଓ ମାଲାକାନାଗିରିକୁ ମଧ୍ୟ ଫୋକସ କରୁଛନ୍ତି  । ତେବେ ଏହିସବୁ ସମ୍ଭାବ୍ୟ ଆସନଗୁଡ଼ିକ ପାଇଁ ପରବର୍ତୀ ସମୟରେ ରଣନୀତି କରାଯିବ  । ପ୍ରଥମେ ନିଶ୍ଚିତ ବିଜୟ ସମ୍ଭାବନା ଓ ୫୦ ହଜାରରୁ ଅଧିକ କଂଗ୍ରେସ ଭୋଟ୍ ଥିବା ନିର୍ବାଚନମଣ୍ଡଳୀ ଉପରେ ଦଳ ଫୋକସ କରାଯିବ ବୋଲି କଂଗ୍ରେସ ଅଳିନ୍ଦରୁ ଜାଣିବାକୁ ମିଳିଛି  । 

     

    Maximum 500 characters

    ଅଧିକ ମତାମତ

    I think cong get 55_60 shears in 2019 Compulsory, and if B.J.P. active in Odisha and fight with B.J.D neck to neck Cong may get majority.

    Basudev Das

    May 12, 2018

    I think cong get 55_60 shears in 2019 Compulsory, and if B.J.P. active in Odisha and fight with B.J.D neck to neck Cong may get majority.

    Basudev Das

    May 12, 2018

    ରାଜନୀତି View all

    Find Us on Facebook