Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ରାଜ୍ୟର ସବୁ ଗାଁରେ ପହଁଚିଛି ବିଜୁଳି : ସୁଶାନ୍ତ ସିଂହ

    Share on :
    Date: May 11, 2018    Views: 157

    ଭୁବନେଶ୍ୱର : ରାଜ୍ୟର ସବୁ ସେନସସ ଗାଁରେ ବିଜୁଳି ପହଁଚିପାରିଛି  । ଗତ ୪ ବର୍ଷ ମଧ୍ୟରେ ୧୭ ଲକ୍ଷ ନୂତନ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି  । ଏବେ ରାଜ୍ୟର ଘରୋଇ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା ୭୦ ଲକ୍ଷ ହୋଇଛି ବୋଲି ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି  ।

    ଶକ୍ତି ମନ୍ତ୍ରୀ ଶ୍ରୀ ସିଂହ କହିଲେଯେ, ଗତ ୪ ବର୍ଷ ମଧ୍ୟରେ ୪୨୭ ପାୱାର ଟ୍ରାନ୍ସଫର୍ମର, ୭୦୪୨୭ ଡିଷ୍ଟି୍ରବୁ୍ୟସନ ଟ୍ରାନ୍ସଫର୍ମର ଏବଂ ୮୩୧୭୦ ସର୍କିଟ କିମି ଉଚ୍ଚ ଏବଂ ନିମ୍ନ କ୍ଷମତା ସମ୍ପନ୍ନ ଲାଇନର ବ୍ୟବସ୍ଥା ହୋଇଛି  । ଚଳିତ ଆର୍ଥିକ ବର୍ଷରେ ଆଉ ୨୦ଟି ନୂତନ ଗ୍ରୀଡ଼ର ସଂଯୋଗ ସହ ୨୫ଟି ଗ୍ରୀଡ଼ର କ୍ଷମତାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି  । ଶକ୍ତି ଉପôାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ହୋଇଥିବାବେଳେ ଏବେ ରାଜ୍ୟର କ୍ଷମତା ୫୯୧୪ ମେଗାୱାଟରେ ପହଁଚିଛି  । ଇବଠାରେ ୬୬୦ ମେଗାୱାଟ ସମ୍ବଳିତ ଓପିଜିସିର ୨ଟି ୟୁନିଟ୍-୩ ଏବଂ ୟୁନିଟ୍-୪ କାର୍ଯ୍ୟ ତ୍ୱରାନ୍ୱିତ ବେଗରେ ଚାଲୁଥିବାବେଳେ ମୁଖ୍ୟ ପ୍ଲାଂଟର କାର୍ଯ୍ୟ ୯୫% ଶେଷ ହୋଇଛି  । ୨୦୧୮ ଡିସେମ୍ବର ସୁଦ୍ଧା କମିସନିଂ କାର୍ଯ୍ୟ ଶେଷ ହେବା ପାଇଁ ଲକ୍ଷ୍ୟ ରହିଛି  । ଅପରପକ୍ଷରେ ଚଳିତ ବର୍ଷ ଶକ୍ତି ବିଭାଗରେ ୩୪୦ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଥିଲେ  ।

    ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଲେଯେ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ନିର୍ମାଣ ଶ୍ରମିକମାନଙ୍କୁ ୧୭ ପ୍ରକାରର ସହାୟତା ପ୍ରଦାନ କରାଯାଉଛି  । ଏଯାବତ୍ ୨୨.୩୪ ଲକ୍ଷ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକୃତ କରାଯାଇଛି  । ସେହିପରି ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ ଠାରେ ୧୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସାଳୟ ନିର୍ମାଣ ପାଇଁ ସରକାର ଅନୁମୋଦନ କରିଥିବାବେଳେ ଅନୁଗୁଳ ଠାରେ ୧ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣାଧୀନ ରହିଛି  । ଭୁବନେଶ୍ୱରରେ ଥିବା ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ୧୦୦ ଶଯ୍ୟାକୁ ବୃଦ୍ଧି କରାଯାଇଛି  । ରାଜ୍ୟର ସମସ୍ତ ଶ୍ରମିକମାନଙ୍କ ନିକଟରେ ସମସ୍ତ ସୁବିଧା ଉପଲବ୍ଧ କରିବା ପାଇଁ ନିରନ୍ତର ଉଦ୍ୟମ ପାଇଁଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook