Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଖାଦ୍ୟଯୋଗାଣ ଓ ସମବାୟ ବିଭାଗର ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀ ଖୁସି : ସୂର୍ଯ୍ୟ ପାତ୍ର

    Share on :
    Date: May 11, 2018    Views: 221

    ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ସମବାୟ ବିଭାଗର ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି  । ଜଣେ ବି ଯୋଗ୍ୟ ହିତାଧିକାରୀ ଯେଭଳି ଟଙ୍କିକିଆ ଚାଉଳ ଯୋଜନାରୁ ବାଦ ନପଡ଼ିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି  । ପ୍ରଥମ ଥର ପାଇଁ ଜମିହୀନ ଚାଷୀଙ୍କୁ କୃଷି ଋଣ ପ୍ରଦାନ ପାଇଁ ସରକାର ନିଷ୍ପତି ନେଇଛନ୍ତି  । ଫଳରେ ଲକ୍ଷାଧିକ ଜମିହୀନ ଚାଷୀ ଉପକୃତ ହୋଇପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି  ।

    ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମନ୍ତ୍ରୀ ଶ୍ରୀ ପାତ୍ର ଜୟଦେବଭବନ ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ  । ସେ କହିଲେଯେ, ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୫୪.୨୭ ଲକ୍ଷ ମେଟି୍ରକ ଟନର ରେକଡର଼୍ ପରିମାଣର ଧାନ ସଂଗ୍ରହ କରିଛନ୍ତି  । ରାଜ୍ୟର ସମସ୍ତ ଧାନ ସଂଗ୍ରହକାରୀ ବ୍ଲକରେ ଧାନ ସଂଗ୍ରହ କାର୍ଯ୍ୟର ସୁପରିଚାଳନା ପାଇଁ କମ୍ପୁ୍ୟଟରୀକରଣ କରାଯାଇଛି  । ବିଗତ ୪ ବର୍ଷ ମଧ୍ୟରେ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ୧୨.୬୦ ଲକ୍ଷକୁ ବୃଦ୍ଧି ପାଇଛି  । ଖରିଫ ଧାନ ସଂଗ୍ରହ ସମୟରେ ୭ ଲକ୍ଷ ଚାଷୀଙ୍କୁ ୫୯୦୦ କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯାଇଛି  । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସଠିକ ପର୍ଯ୍ୟାଲୋଚନା ନିମନ୍ତେ ୨୦୧୬ମେ’ରୁ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଗଠନ କରାଯାଇଛି  । ସମସ୍ତ ବ୍ଲକ କାର୍ଯ୍ୟାଳୟ ଓ ପୌର କାର୍ଯ୍ୟାଳୟରେ ରାସନ କାଡର଼୍ ପରିଚାଳନା କେନ୍ଦ୍ର ଖୋଲାଯାଇ ଲୋକଙ୍କୁ ବର୍ଷ ତମାମ ସେବା ଯୋଗାଇ ଦିଆଯାଉଛି  । ଖାଦ୍ୟ ସାମଗ୍ରୀ ଯୋଗାଣକୁ ସ୍ୱଚ୍ଛ କରିବା ପାଇଁ ଅନଲାଇନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି  ।

    ସମବାୟ ବିଭାଗ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେଯେ, ଚାଷୀମାନଙ୍କୁ ୧% ସୁଧହାରରେ ୫୦ ହଜାର ଟଙ୍କା ସ୍ୱଳ୍ପକାଳୀନ ଋଣ ପ୍ରଦାନ କରାଯାଉଥିବାବେଳେ ୨% ହାରରେ ୫୦ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ଋଣ ଆବଂଟନ କରାଯାଉଛି  । ଗତ ୪ ବର୍ଷ ମଧ୍ୟରେ ଚାଷୀମାନଙ୍କୁ ୩୯୧୩୩.୯୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି  । ସୁଧ ରିହାତି ବାବଦରେ ରାଜ୍ୟ ସରକାର ୧୪୬୬.୭୯ କୋଟି ଟଙ୍କା ପ୍ରଦାନ କରିଛନ୍ତି  । ଚଳିତ ଆର୍ଥିକ ବର୍ଷରେ ଚାଷୀଙ୍କୁ ସୁଧ ରିହାତି ଦେବା ପାଇଁ ୪୬୮ କୋଟି ୮୬ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି  । ଏହାଛଡ଼ା ଶସ୍ୟ ଅମଳ ଖଳା ଓ ଗୋଦାମ ଗୃହ ମଧ୍ୟ ନିର୍ମାଣ କରାଯାଉଛି  । ୨୦୧୮ ଅଗଷ୍ଟ ସୁଦ୍ଧା ମାଇକ୍ରୋ ଏଟିଏମ ସ୍ଥାପନ ପାଇଁ ଲକ୍ଷ୍ୟ ରହିଥିବାବେଳେ ଅଗଷ୍ଟ ସୁଦ୍ଧା ସମସ୍ତଙ୍କ ରୁପେ କିସାନ କାଡର଼୍ ପ୍ରଦାନ କରାଯିବ  ।

    ଭାଗଚାଷୀମାନଙ୍କୁ ଅଧିକ ଋଣ ପ୍ରଦାନ ପାଇଁ ଯୁଗ୍ମଦେୟ ଗୋଷ୍ଠୀ ଗଠନ କରାଯାଇ ଫସଲ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି  । ମେ’ ପ୍ରଥମ ସପ୍ତାହରୁ ଜୁଲାଇ ୨୦୧୮ ପର୍ଯ୍ୟନ୍ତ ପାକସଗୁଡ଼ିକ ଦ୍ୱାରା ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଜାରିରହିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ  ।

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook