May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଜେପିକୁ ହଟାଇବା ପାଇଁ ବିଜେଡ଼ିର ସହଯୋଗ ଲୋଡ଼ିଲେ ସୀତାରାମ ୟେଚୁରୀ

    Share on :
    Date: May 11, 2018    Views: 2999

    ଭୁବନେଶ୍ୱର : ବିଜେପିକୁ ଦେଶରୁ ହଟାଇବା ଜରୁରୀ  । ନହେଲେ ଭାରତ ସଂଘୀୟ ଦେଶ ଭାବେ ରହିବା ମୁସ୍କିଲ  । ଦେଶବାସୀଙ୍କୁ ବିପଦରୁ ରକ୍ଷା କରିବା ପାଇଁ ବିଜେଡ଼ି ଆଗେଇ ଆସୁ ବୋଲି ସିପିଆଇଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଆହ୍ୱାନ ଦେଇଛନ୍ତି  ।

    ଭୁବନେଶ୍ୱରରେ ପହଁଚିବା ପରେ ଶ୍ରୀ ୟେଚୁରୀ କହିଛନ୍ତିଯେ, ଦେଶରୁ ବିଜେପି ଶାସନ ହଟାଇବାର ଆବଶ୍ୟକତା ରହିଛି  । ବିଜେପି ଶାସନରେ ଗରିବ ଆହୁରି ଗରିବ, ଧନୀ ଆହୁରି ଧନୀ ହେଉଛି  । ବିଜେପି ଶାସନ ରହିଲେ ଭାରତ ସଂଘୀୟ ଦେଶ ଭାବେ ରହିବା ମୁସ୍କିଲ ହୋଇପଡ଼ିବ  । ତେବେ କଂଗ୍ରେସ ସହ କୌଣସି ରାଜନୈତିକ ମଂଚରେ ଏକାଠି ହେବୁ ନାହିଁ ବୋଲି ୟେଚୁରୀ କହିଛନ୍ତି  । କିନ୍ତୁ ବିଜେପି ବିରୋଧୀ ଭୋଟ ଯେଭଳି ବିଭକ୍ତ ନହୁଏ ସେଥିପ୍ରତି ଦୃଷ୍ଟିଦେବୁ ବୋଲି ସେ କହିଛନ୍ତି  । ଓଡ଼ିଶା ରାଜନୀତି ପ୍ରସଙ୍ଗରେ ମତ ରଖି ସେ କହିଲେଯେ, ବିଜେଡ଼ି ସହ ଆମ ଦଳର ମେଂଟ ହେବକି ନାହିଁ ତାହା ରାଜନୈତିକ କମିଟି ନିଷ୍ପତି ନେବ  । ତେବେ ଦେଶବାସୀଙ୍କୁ ବିପଦରୁ ରକ୍ଷା କରିବା ପାଇଁ ବିଜେଡ଼ି ଆଗେଇ ଆସିବା ଦରକାର ବୋଲି ୟେଚୁରୀ ପ୍ରକାଶ କରିଛନ୍ତି  ।

    ସୂଚନାଯୋଗ୍ୟଯେ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୀତାରାମ ୟେଚୁରୀ  । ଆଜି ଶ୍ରୀ ୟେଚୁରୀ ବ୍ରହ୍ମପୁରରେ କୁସୁମ ଦାସ ସ୍ମୃତି ସଭାରେ ଯୋଗଦେବେ  । ୧୨ରେ ଭୁବନେଶ୍ୱରରେ ଆୟୋଜିତ ‘ସାମ୍ପ୍ରତିକ ଜାତୀୟ ରାଜନୈତିକ ପରିସ୍ଥିତି ଓ ବାମପନ୍ଥୀମାନଙ୍କ ଦାୟିତ୍ୱ’ ଶୀର୍ଷକ ବିଷୟରେ ୟେଚୁରୀ ବକ୍ତବ୍ୟ ପ୍ରଦାନ କରିବେ  । ଆସନ୍ତାକାଲି ଅପରାହ୍ନରେ ସିପିଏମ ରାଜ୍ୟ ସମ୍ପାଦକ ମଣ୍ଡଳୀ ଓ ରାଜ୍ୟ କମିଟି ବୈଠକରେ ଦଳର ୨୨ତମ ପାର୍ଟି କଂଗ୍ରେସର ରାଜନୈତିକ ଏବଂ ସାଂଗଠନିକ ସିଦ୍ଧାନ୍ତ ଉପରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook