Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମାସକ ମଧ୍ୟରେ ପିସିସି ଘୋଷଣା କରିବ ୫୦ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା

    Share on :
    Date: May 11, 2018    Views: 9421

    ଭୁବନେଶ୍ୱର : ରାଜ୍ୟ କଂଗ୍ରେସକୁ ସଜାଡ଼ିବା ପାଇଁ ଏବେ ଭରପୂର ପ୍ରୟାସ ଆରମ୍ଭ ହୋଇଛି  । ଆଉ ଏଥିପାଇଁ ନିଜେ ଅଙ୍କ କଷୁଛନ୍ତି ଦଳର ପ୍ରଭାରୀ ଜିତେନ୍ଦ୍ର ସିଂହ  । କଂଗ୍ରେସ ସଂଗଠନକୁ ତୃଣମୂଳସ୍ତରରୁ ଶକ୍ତିଶାଳୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି  । ଖାଲି ସେତିକିନୁହେଁ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ଯେଉଁଭଳି ଭାବେ ଆଶାନୁରୂପକ ସଫଳତା ପାଇବ ସେଥିପାଇଁ ମଧ୍ୟ କସରତ ଆରମ୍ଭ ହୋଇଛି  । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମରେ ମାସକ ମଧ୍ୟରେ ପ୍ରଥମ ଦଫାରେ ରାଜ୍ୟ କଂଗ୍ରେସ ୫୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି  । ସୂଚାଇ ଦିଆଯାଇପାରେ, ରାଜ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଜିତେନ୍ଦ୍ର ସିଂହ ତିନି ମାସ ମଧ୍ୟରେ ୮୦ ଭାଗ ଆସନ ଚୂଡ଼ାନ୍ତ ହେବବୋଲି ସୂଚନା ଦେଇଥିଲେ  ।

    କଂଗ୍ରେସ ସଂଗଠନ ସୁଦୃଢ଼ କରିବା ପାଇଁ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତି ଜିଲ୍ଲା ଗସ୍ତରେ ଯାଇ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି  । ଶୁକ୍ରବାର ପିସିସି ସଭାପତି ଭବାନୀପାଟଣା ଠାରେ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଏଆଇସିସିର ତିନି ସମ୍ପାଦକ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ସାଙ୍ଗରେ ଧରି ଭିନ୍ନ ଭିନ୍ନ ଭାବେ ବିଭିନ୍ନ ଜିଲ୍ଲା ଗସ୍ତରେ ଅଛନ୍ତି  । 

    ଏଆଇସିସି ସୂତ୍ରରୁ ମିଳିଥିବା ସୂଚନାନୁସାରେ ଗତକାଲି କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି  । ଏଆଇସିସିର ଅଧିକାଂଶ ନେତା ଗତକାଲି ପର୍ଯ୍ୟନ୍ତ କର୍ଣ୍ଣାଟକରେ ବ୍ୟସ୍ତ ଥିଲେ  । ଏହାପରେ ପିସିସିର ଏକ ଛୋଟ ଟିମ୍ ଘୋଷଣା ହେବାକୁ ଯାଉଛି  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ମାସକ ମଧ୍ୟରେ ସମ୍ଭବତଃ ଚଳିତ ମାସ ଶେଷ ସୁଦ୍ଧା ୫୦ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରଥମ ଦଫାରେ ଘୋଷଣା ହେବ  । ଯଦି ମଳ ମାସକୁ କଂଗ୍ରେସ ହିସାବକୁ ନିଏ ତେବେ ଏହି ତାଲିକା ଘୋଷଣା କିଛି ଦିନ ବିଳମ୍ବିତ ହୋଇପାରେ  । କାରଣ ସମୟ ବେଳା ଦେଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଆଇସିସି ଅନୁମୋଦିତ ଏହି ପ୍ରଥମ ଦଫା ତାଲିକା ଘୋଷଣା କରିବାକୁ ଯାଉଛନ୍ତି  । ତେବେ ପ୍ରାର୍ଥୀ ଚୟନର ଗୋଟିଏ ମାତ୍ର ମାପକାଠି କରାଯାଇଛି  । କେବଳ ବିଜୟ ସମ୍ଭାବନା ପ୍ରାର୍ଥୀଙ୍କୁ ଦଳ ଟିକେଟ ପ୍ରଦାନ କରିବ  । ଯେତେପାଖ ଲୋକ ହେଉ ବା ଶତ୍ରୁ ଲୋକ ହେଉ ଜିତିବା ସମ୍ଭାବନା ଥିଲେ ସେ ଲୋକକୁ କଂଗ୍ରେସ ପ୍ରାର୍ଥୀ କରିବାକୁ ନିଷ୍ପତି ନେବା ପାଇଁ ଆଲୋଚନା ହୋଇଥିବା ଜାଣିବାକୁ ମିଳିଛି  । ତେବେ ପର୍ଯ୍ୟାୟକ୍ରମେ ତିନି ମାସ ମଧ୍ୟରେ ୧୪୭ ବିଧାନସଭା ଆସନ ମଧ୍ୟରୁ ୮୦% ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ  । କିନ୍ତୁ ଏଥିରେ ଏକ ସର୍ତ ରଖାଯାଇଛି  । ଯଦି ପ୍ରାର୍ଥୀ ଘୋଷଣାର ତିନି ମାସ ପରେ ସେ ପ୍ରାର୍ଥୀ ସଂପୃକ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଶାନୁରୂପକ ଗ୍ରହଣୀୟ ହୋଇପାରୁନାହିଁ ସେକ୍ଷେତ୍ରରେ ପରିବର୍ତନ କରିବାର ସମ୍ଭାବନା ରହିଛି  । 

    Maximum 500 characters

    ଅଧିକ ମତାମତ

    Mu cuttack Niali Kantapada Block Bagalpur gp ra no 1 congress supporter mu janibaku chauchi amo Niali nirbachan mandali re kiye hebo amor congress ra bidhayak. Amo panchayat re ame congress supporters sarpanch ku 1800 adhik vote re win karaichu. Jai Congress. Mera haat congress party ka saath

    TRILOCHAN Behera

    May 11, 2018

    Mu anil Kumar Bhoi brarajnagar constituency , aeta gute bhala step nia jaichhi PCC dwara jaha pain congress MLA prarthi sufficient time pai pariba abang constituency paristhiti anujai kama Kari heba jaha 2014 re hoithila taar ra punara bruti Na heu kahin kina ame matra 14 Dina samaya paithilu Kishor patel nua prathi bhabe ama anchalaru adhakhyata karithile , au sehi samaya madhyare 39000 vote ani parithilu jaha ebe jadi amaku agaru prarthi ghosana hue ta hele ame maane tahaku 200%vote neiparibu

    Anil Kumar Bhoi

    May 11, 2018

    ରାଜନୀତି View all

    Find Us on Facebook