Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଆଳୁ ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କ ସହ ଆଲୋଚନା କଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ

    Share on :
    Date: May 10, 2018    Views: 71

    ଭୁବନେଶ୍ୱର : ଆଳୁ ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀମାନଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଓ ଜିଲ୍ଲା ଯୋଗାଣ ଅଧିକାରୀ ସୁଧାକର ପ୍ରଧାନ ଆଲୋଚନା କରିଛନ୍ତି  । ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ବଜାରରେ ଆଳୁର କୃତ୍ରିମ ଅଭାବ ସୃଷ୍ଟି ନକରି ସୁଷମ ବଂଟନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ  । ଯାହାଫଳରେ ଖାଉଟିମାନେ ଉଚିତ୍ ଦରରେ ଆଳୁ ପାଇପାରିବେ  । ବେଆଇନ ଆଳୁ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଚେତାବନୀ ଦେଇଥିଲେ  ।

    ଏହି ଅବସରରେ ଜିଲ୍ଲାପାଳ ବ୍ୟବସାୟୀମାନଙ୍କୁ ପାଇକାରୀ ଆଳୁ କିଲୋ ପିଛା କିଣା ଦରଠାରୁ ୩ଟଙ୍କା ବା ୩ଟଙ୍କା ୫୦ ପଇସା ଲାଭରେ ବିକ୍ରି କରିବାକୁ ନିଦେ୍ର୍ଧଶ ଦେଇଥିଲେ  । ଏହା ଉପରେ ଯୋଗାଣ ଅଧିକାରୀମାନେ ନିୟମିତ ତଦାରଖ ସହ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ  । ଯେଉଁ ବ୍ୟବସାୟୀମାନେ କିଣା ଦରଠାରୁ ୩ଟଙ୍କା ୫୦ ପଇସାରୁ ଅଧିକ ଲାଭ ରଖି ଖୁଚୁରା ଆଳୁ ବିକ୍ରି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଯୋଗାଣ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି  । ଅପରପକ୍ଷରେ ବ୍ୟବସାୟୀ ସଂଘ ସରକାରଙ୍କ ନିଷ୍ପତିକୁ ଅନୁପାଳନ କରିବା ସହ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି  ।

    ବୈଠକରେ ସହକାରୀ ଯୋଗାଣ ଅଧିକାରୀ ଭୁବନେଶ୍ୱର ପବିତ୍ର କୁମାର ସାହୁ, ସହକାରୀ ଯୋଗାଣ ଅଧିକାରୀ ଖୋର୍ଦ୍ଧା ଅଜୟ କୁମାର ରଥ, ସହକାରୀ ଯୋଗାଣ ଅଧିକାରୀ ବିଏମସି ବସନ୍ତ କୁମାର ପଣ୍ଡା ଓ ଶିବଶଙ୍କର ମହାପାତ୍ର, ଉଦ୍ୟାନ ବିଭାଗର ଅତିରିକ୍ତ ନିଦେ୍ର୍ଧଶକ, ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡା, ସମ୍ପାଦକ ଶକ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ  ।

    Maximum 500 characters

    ଆଂଚଳିକ View all

    Find Us on Facebook