May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଅଧିକ ଜମିରେ ଚାଷ ହେବ ଆଳୁ, ପିଆଜ ଓ ଟମାଟୋ : କୃଷିମନ୍ତ୍ରୀ

    Share on :
    Date: May 10, 2018    Views: 131

    ‘୪ ବର୍ଷରେ ହୋଇଛି ୧୭.୧୦ ଲକ୍ଷ ପକ୍କାଘର’
    ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଟମାଟୋ, ପିଆଜ ଓ ଆଳୁ ଉପôାଦନ, ପ୍ରକ୍ରିୟାକରଣ ଓ ବିପଣନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି  । ଓଡ଼ିଶା ଜୀବିକା ମିଶନ ଏବଂ ଅନ୍ୟାନ୍ୟ ସଂସ୍ଥାମାନଙ୍କ ଜରିଆରେ ଗଠନ ହୋଇଥିବା ସ୍ଥାନୀୟ ବେସରକାରୀ ସଂଗଠନ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସଂଶ୍ଳିଷ୍ଟ କରି ଚକରେ ଏହି ଫସଲର ଆୟତନ ବୃଦ୍ଧି କରାଯିବ  । ଏତଦ୍ବ୍ୟତୀତ ଅଦିନିଆ ଫସଲ ଭାବେ ୨ ହଜାର ହେକ୍ଟରରେ ଟମାଟ, ଖରିଫରେ ୨୦୦୦ ହେକ୍ଟର ପିଆଜ ଓ ୫୦୦ ହେକ୍ଟର ଆଳୁ ଚାଷ ପାଇଁ ଲକ୍ଷ୍ୟ ରହିଛି ବୋଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି  ।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭାଗୀୟ ସମୀକ୍ଷା ପରେ ମନ୍ତ୍ରୀ ଶ୍ରୀ ମହାରଥୀ କହିଲେଯେ, ରାଜ୍ୟରେ ବିଭିନ୍ନ ଫସଲର ଉପôାଦନ ବୃଦ୍ଧିପାଇଛି  । ଚାଷୀ ଓ ଚାଷର ବିକାଶ ପାଇଁ ବହୁଧା ପଦକ୍ଷେପ ଗ୍ରହଣ କରାଯାଇଛି  । ଗତବର୍ଷ ମରୁଡ଼ି, ଅନିୟମିତ ବର୍ଷା ଓ ରୋଗପୋକ ସତ୍ତ୍ୱେ ଖାଦ୍ୟଶସ୍ୟ ଉପôାଦନ ୮୫ ଲକ୍ଷ ମେଟି୍ରକ ଟନ୍ ହୋଇଛି  । ୨୦୧୮-୧୯ରେ ୧୨୨ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉପôାଦନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି  । ଏବେ ରାଜ୍ୟରେ ଚାଉଲ ଉପôାଦନ ହେକ୍ଟର ପିଛା ୨୪.୭୨ କୁଇଂଟାଲକୁ ବୃଦ୍ଧି ପାଇଛି  । କନ୍ଦମୂଳ ଉପôାଦନରେ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଥିବାବେଳେ କାଜୁ ଉପôାଦନରେ ତୃତୀୟ ସର୍ବବୃହତ୍  । ବିଗତ ୫ ବର୍ଷରେ ରାଜ୍ୟରେ ୧୯ଟି ନୂତନ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇଛି ବୋଲି କୃଷି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି  ।

    ପଂଚାୟତିରାଜ ବିଭାଗର ସଫଳତା ସମ୍ପର୍କରେ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେଯେ, ୨୦୧୪-୧୫ରୁ ଅଦ୍ୟାବଧି ୧୭.୧୦ ଲକ୍ଷ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି  । ୨୦୧୮ ସେପ୍ଟେମ୍ବର ସୁଦ୍ଧା ୨ ନିୟୁତ ଗୃହ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି  । ସେହିପରି ଜୁଲାଇ ସୁଦ୍ଧା ଗ୍ରାମୀଣ ଆବାସ ଯୋଜନାର ନୂତନ ହିତାଧିକାରୀ ଚୟନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି  । ସେହିପରି ରାଜ୍ୟର ୬୮୦୧ ଗ୍ରାମ ପଂଚାୟତ ମଧ୍ୟରୁ ୧୨୨୪ ଗ୍ରାମ ପଂଚାୟତର ଦୁଇରୁ ଅଧିକ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି  । ୧୬୨୫ ପଂଚାୟତରେ ଦୁଇଟି ଲେଖାଏଁ ପାଇପ ଜଳଯୋଗାଣ ବ୍ୟବସ୍ଥା ରହିଥିବାବେଳେ ୩୧୯୦ ପଂଚାୟତରେ ଗୋଟଇଏ ଲେଖାଏଁ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି  । ୭୬୦ ପଂଚାୟତରେ ପାଇପ ଦ୍ୱାରା ଜଳଯୋଗାଣ ବ୍ୟବସ୍ଥା ହୋଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି  । ୨୦୧୮-୧୯ ବର୍ଷରେ ପ୍ରତି ପଂଚାୟରେ ଦୁଇଟି ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook