May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସବୁ ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ଆଣିବା ବାଧ୍ୟତାମୂଳକ : ଉଚ୍ଚଶିକ୍ଷା ମନ୍ତ୍ରୀ

    Share on :
    Date: May 10, 2018    Views: 167

    ‘ଓଡ଼ିଶା ହେବ ଶିଳ୍ପସମୃଦ୍ଧ ରାଜ୍ୟ’
    ଭୁବନେଶ୍ୱର : ଉଚ୍ଚଶିକ୍ଷାରେ ଗୁଣବତ୍ତା ବୃଦ୍ଧି ପାଇଁ ନାମଲେଖା, ପାଠ୍ୟକ୍ରମ, ନିର୍ଦ୍ଧିଷ୍ଟ ସମୟରେ ସ୍ନାତକରେ ଉତ୍ତୀର୍ଣ୍ଣ ହେବା, ପରୀକ୍ଷାକୁ ଠିକ୍ ସମୟରେ ସଂଚାଳନ କରିବା, ପରୀକ୍ଷା ପ୍ରଣାଳୀର ଢାଂଚା ପରିବର୍ତ୍ତନ କରାଯିବ  । ଯୁବପୀଢ଼ିଙ୍କ ମନରେ ଗବେଷଣା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ନୂତନ ଯୋଜନାର ପରିକଳ୍ପନା କରାଯାଇଛି  । ସେହିପରି ସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାକ୍ ବାଧ୍ୟତାମୂଳକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି  ।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗର ସମୀକ୍ଷା କରିଥିଲେ  । ସମୀକ୍ଷା ବେଳେ ମନ୍ତ୍ରୀ ଶ୍ରୀ ଦାସ ଇସ୍ତାହାର ଅନୁଯାୟୀ ବିଭାଗର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ  । ୨୦୧୮-୧୯ରେ ଋଷା-୨ ଯୋଜନାରେ ନୂଆ ମଡେ଼ଲ ଡିଗ୍ରୀ କଲେଜ ସ୍ଥାପନ ସହ ବାଲେଶ୍ୱର ଓ ଜୟପୁର ଆଂଚଳିକ ନିଦେ୍ର୍ଧଶାଳୟକୁ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ  । ସେହିପରି ଓଡ଼ିଆ ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପ୍ରଶାସନିକ ସେବା ପାଇଁ ଉଦ୍ଧିଷ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ନିମନ୍ତେ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି  ।

    ଅପରପକ୍ଷରେ ଶିଳ୍ପ ବିଭାଗର ସଫଳତା ନେଇ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେବା ସହ ଓଡ଼ିଶାକୁ ଏକ ଶିଳ୍ପସମୃଦ୍ଧ ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ ବୋଲି କହିଥିଲେ  । ସେହିପରି ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ସହ ସମନ୍ୱୟ ରକ୍ଷା ସହ ସିଏସଆରରେ ସୁବିଧାସୁଯୋଗ ସମେତ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଗୋ କେୟାର ନାମକ ଏକ ଉତ୍ସର୍ଗୀକୃତ ପୋର୍ଟାଲ ମଧ୍ୟ ପ୍ରଚଳନ କରାଯାଇଛି  । ଚଳିତ ବର୍ଷ ରାଜ୍ୟରେ ମେକ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ କରାଯାଇ ପୁଞ୍ଜି ଆକର୍ଷଣ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି  । ଆସୋଚମ୍ ସର୍ବେକ୍ଷଣ ଅନୁଯାୟୀ ପୁଞ୍ଜି ନିବେଶ କାର୍ଯ୍ୟକାରିତା ଦିଗରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇଥିବାବେଳେ ପ୍ରକଳ୍ପ ଅନୁମୋଦ ସମୟ ସୀମା ହ୍ରାସ କରାଯାଇଛି  । ୨୦୩୦ ସୁଦ୍ଧା ରାଜ୍ୟରେ ଉପôାଦିତ ମୌଳିକ ଧାତୁ କ୍ଷେତ୍ରରେ ଶତକଡ଼ା ୫୦ରୁ ଅଧିକ ମୂଲ୍ୟଯୋଗ ଲକ୍ଷ୍ୟ ହାସଲ ପାଇଁ ଆନୁଷଙ୍ଗୀକ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook