Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    କେଉଁଦିନ କ’ଣ କରାଯିବା ଉଚିତ ବା ଅନୁଚିତ?

    Share on :
    Date: May 10, 2018    Views: 2371

    ବିଭିନ୍ନ ବାରର ଅଧିପତି ବା ସ୍ୱାମୀ ଗ୍ରହ ଅଲଗା ଅଲଗା । ସେମାନଙ୍କ ଅନୁସାରେ ବାର ନେଇ କର୍ମ କରାଯାଏ ନହେଲେ ଶୁଭ ବଦଳରେ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । 
    ସୋମବାର : ସ୍ୱାମୀ ଗ୍ରହ ଚନ୍ଦ୍ର । ଏହିଦିନ ବିବାହ, ନାମକରଣ, ଗୃହନିର୍ମାଣ, ବିଦ୍ୟାଳୟ ପ୍ରବେଶ ଆଦି ଶୁଭଦାୟକ । ଏହି ବାରରେ ଜନ୍ମିତ ବ୍ୟକ୍ତିମାନେ ବିଦ୍ୱାନ ହୁଅନ୍ତି । ଦକ୍ଷିଣକୁ ଯାତ୍ରା ଶୁଭ ।
    ମଙ୍ଗଳବାର: ଗ୍ରହସ୍ୱାମୀ ମଙ୍ଗଳ । ଘର କିଣାବିକା, ବସ୍ତ୍ର କିଣା, ସିଲେଇ ଅଶୁଭ । ଜନ୍ମିତ ଶିଶୁ କ୍ରୋଧୀ । ପୂର୍ବ -ଦକ୍ଷିଣକୁ ଯାତ୍ରା ଶୁଭ । 
    ବୁଧବାର : ସ୍ୱାମୀ ଗ୍ରହ ବୁଧ । ପୂର୍ବ ପଶ୍ଚିମକୁ ଯାତ୍ରା ଶୁଭ । ଗୃହପ୍ରବେଶ, ହଳଆରମ୍ଭ, ବିଦ୍ୟାରମ୍ଭ, ବସ୍ତ୍ର ପରିଧାନ ଶୁଭ । ଜନ୍ମିତ ଶିଶୁ ଧାର୍ମିକ । 
    ଗୁରୁବାର: ସ୍ୱାମୀ ଗୃହ ବୃହସ୍ପତି । ସର୍ବକାର୍ଯ୍ୟରେ ଶୁଭ । କାର୍ଯ୍ୟ ସଫଳ । ସବୁ ଦିଗକୁ ଯାତ୍ରା ଶୁଭ । ଜନ୍ମିତ ଶିଶୁ ଧାର୍ମିକ, ସଦଗୁଣସଂପନ୍ନ ।
    ଶୁକ୍ରବାର: ସ୍ୱାମୀ ଗ୍ରହ ଶୁକ୍ର । ଜନ୍ମିତ ଶିଶୁ ରସିକ । ସୂର୍ଯ୍ୟାସ୍ତ ପରେ ଯାତ୍ରା ସଫଳ ।
    ଶନିବାର : ସ୍ୱାମୀ ଗ୍ରହ ଶନି । ଅଶୁଭକାରକ । ଯାତ୍ରା ଅନୁକୂଳ ନୁହେଁ । ଜନ୍ମିତ ଶିଶୁ ରୋଗୀ । 
    ରବିବାର : ଗ୍ରହ ସ୍ୱାମୀ ସୂର୍ଯ୍ୟ । ସର୍ବକାର୍ଯ୍ୟ ଶୁଭ । ଜନ୍ମିତ ଶିଶୁ ଭାଗ୍ୟଶାଳୀ । ପୂର୍ବକୁ ଯାତ୍ରା ଶୁଭ । 

    Maximum 500 characters

    ଅଜବ View all

    Find Us on Facebook