May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ କ୍ଷମତାକୁ ଆସିଲେ ଜଳସଂପଦ, ପୂର୍ତ୍ତ ବିଭାଗ ଦୁର୍ନୀତିର ତଦନ୍ତ: ନିରଞ୍ଜନ

    Share on :
    Date: May 10, 2018    Views: 4641

    ଭୁବନେଶ୍ୱର : ଜଳ ସଂପଦ ଓ ପୂର୍ତ୍ତ ବିଭାଗରେ ଗତ ୧୫ବର୍ଷ ଧରି ବହୁ ଦୁର୍ନୀତି ହୋଇଛି । କଂଗ୍ରେସ କ୍ଷମତାକୁ ଆସିଲେ ଏହାର ତଦନ୍ତ ହେବ । ଏଥିପାଇଁ ତଦନ୍ତ କମିଶନ ବସିବ । ବମିଖାଲ ଓଭରବି୍ରଜ ଅଘଟଣ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ଅଘଟଣ ପାଇଁ ଉଭୟ ଠିକାଦାର ଓ ଇଂଜିନିୟରମାନେ ଦାୟୀ ବୋଲି ନିରଞ୍ଜନ କହିଛନ୍ତି । 
    ଆଜି ବମିଖାଲ ଓଭରବି୍ରଜ ଅଘଟଣର ତଦନ୍ତ ରିପୋର୍ଟ ଆସିଥିବା ବେଳେ ପଣ୍ଡା ଇନଫ୍ରାର ଅନ୍ୟତମ ନିଦେ୍ର୍ଧଶକ ପ୍ରଶାନ୍ତ ପାଢ଼ୀଙ୍କୁ ଗିରଫ କରାଯାଇଛି । ଏ ନେଇ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ବମିଖାଲ ଓଭରବି୍ରଜ୍ ଅଘଟଣ ପାଇଁ ସଂପୂର୍ଣ୍ଣ ଭାବେ ଠିକାଦାର ଦାୟୀ । ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିନଥିବାରୁ ଏଭଳି ଘଟିଛି । ଏହି ପ୍ରସଙ୍ଗରେ ଅଧିକାରୀମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ କରାଯିବ । 
    ଅପରପକ୍ଷରେ ଠିକାଦାର ସଂଘ ପକ୍ଷରୁ ତଦନ୍ତ ରିପୋର୍ଟକୁ ବିରୋଧ କରାଯାଇଛି । ଠିକାଦାର ନିରୀହ ବୋଲି ମନ୍ତ୍ରୀ ଓ ଅଫିସର ମିଶି ତାଙ୍କୁ ବଳି ପକାଉଛନ୍ତି ବୋଲି ଠିକାଦାର ସଂଘର ସଭାପତି ପ୍ରଭାତ ଦାସ କହିଛନ୍ତି । 

    Maximum 500 characters

    ଅଧିକ ମତାମତ

    yes sir

    Badal

    May 10, 2018

    ରାଜନୀତି View all

    Find Us on Facebook