Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜୟ ମହାପାତ୍ରଙ୍କ ‘ଜମରା’ ବୈଠକକୁ ନେଇ ଚର୍ଚ୍ଚା

    Share on :
    Date: May 10, 2018    Views: 8923

    ଭୁବନେଶ୍ୱର : ବେଶ୍ କିଛିଦିନ ନୀରବରେ ରାଜ୍ୟ ରାଜନୀତିକୁ ଅନୁଶୀଳନ କରିବା ପରେ ବିଜୟ ମହାପାତ୍ର ସକ୍ରିୟ ହୋଇଛନ୍ତି  । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଥିବା ନିଜର ସମର୍ଥକ ଓ ପୁରୁଣା ବିଜେଡ଼ି କର୍ମୀଙ୍କ ସହ ବିଜୟ ମହାପାତ୍ରଙ୍କ ବୈଠକ ଏବେ କେନ୍ଦ୍ରାପଡ଼ା ରାଜନୀତିରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି  ।

    ସମ୍ପ୍ରତି କେନ୍ଦ୍ରାପଡ଼ା ରାଜନୀତିରେ ବୈଜୟନ୍ତଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏହି ସଂସଦୀୟ କ୍ଷେତ୍ରରେ ବିଜେପିର ମଙ୍ଗ ସମ୍ଭାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଅପରପକ୍ଷରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ କୋଣଠେସା କରିବାରେ ଧର୍ମେନ୍ଦ୍ର ମଧ୍ୟ ସଫଳ ହୋଇଛନ୍ତି  । ବିଜୟ ଏବେ ରାଜନୈତିକ ଘଡ଼ିସନ୍ଧି ମୁହୂର୍ତ ଦେଇ ଗତି କରୁଥିବାବେଳେ ୨୦୧୯ରେ ସେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ସେନେଇ ମଧ୍ୟ ରାଜନୀତିକ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଜାରିରହିଛି  ।

    ତେବେ ଗତକାଲି ଲୁଣା ଚିତ୍ରୋପôଳା ଦ୍ୱୀପାଂଚଳର ଜମରା ପଂଚାୟତରେ ବିଜୟ ମହାପାତ୍ର ନିଜ ସମର୍ଥକମାନଙ୍କୁ ନେଇ ବୈଠକ କରିଛନ୍ତି  । ଏହି ଅବକାଶରେ ବିଜୟ ମହାନଦୀରେ ଜଳ ସଂକଟକୁ ନେଇ ଉଦବେଗ ପ୍ରକାଶ କରିଥିଳେ  । ନଦୀର ମୁହାଣ ପୋତି ହୋଇଥିବାରୁ ନଦୀରେ ପାଣି ଯାଉନାହିଁ  । ଦ୍ୱୀପାଂଚଳବାସୀଙ୍କୁ ଏକାଠି ଲଢ଼ିବାକୁ ସେ ପରାମର୍ଶ ଦେବା ସହ ସରକାରଙ୍କୁ ଦାବିପତ୍ର ଦେବାକୁ କହିଥିବା ଜାଣିବାକୁ ମିଳିଛି  ।

    ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି; ବୈଠକରେ ମାହାଙ୍ଗା, ପାଟକୁରା, କଟକ ସଦର ଓ ସାଲେପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜୟ ମହାପାତ୍ରଙ୍କ ଶୁଭେଚ୍ଛୁ ଓ ପୁରୁଣା ବିଜେଡ଼ି କର୍ମୀ ଯୋଗ ଦେଇଥିଲେ  । ଅନେକ ପୂର୍ବତନ ପଂଚାୟତିରାଜ ପ୍ରତିନିଧି ମଧ୍ୟ ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା  । ୨୦୧୯ ପାଇଁ ବିଜୟ ନିଜର ରଣନୀତି ଆରମ୍ଭ କରିଥିବାବେଳେ ଆଗକୁ ସେ କେଉଁ ଦଳରେ କି ଭୂମିକାରେ ଅବତୀର୍ଣ୍ଣ ହେବେ ତାହା ସ୍ପଷ୍ଟ ହୋଇନାହିଁ  । ତେବେ ବିଜୟଙ୍କ ଏହି ବୈଠକ ତାଙ୍କର ସମର୍ଥକ ମହଲକୁ ଉତ୍ସାହିତ କରିଥିବାବେଳେ ଜୁନ୍ରେ ବିଜୟ ରାଜନୈତିକ ସଂକେତ ଦେବେବୋଲି କୁହାଯାଉଛି  ।

    Maximum 500 characters

    ରାଜନୀତି View all

    Find Us on Facebook