Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଲୋକଙ୍କ ଦୁଆର ମୁହଁରେ ପହଁଚିବ ସ୍ୱାସ୍ଥ୍ୟ ଓ ଆଇନ୍ ସେବା : ପ୍ରତାପ ଜେନା

    Share on :
    Date: May 9, 2018    Views: 215

    - ପ୍ରଥମ ଥର ପାଇଁ ମ୍ୟାଲେରିଆରେ ମୃତୁ୍ୟ ବରଣ କରିନାହାନ୍ତି ରାଜ୍ୟର ଜଣେ ବି ରୋଗୀ
    - ହୋଇଛି ୧୧ ସ୍ୱାସ୍ଥ୍ୟ ଯୋଜନା
    - ପ୍ରତିଷେଧକରେ ଜାତୀୟ ହାରଠୁ ଆଗରେ ଓଡ଼ିଶା
    - ଏମଆର କ୍ୟାମ୍ପେନରେ ଓଡ଼ିଶା ଦେଶରେ ୧ ନମ୍ବର
    - ୪ ବର୍ଷରେ ରାଜ୍ୟରେ ପ୍ରତିଷ୍ଠା ହୋଇଛି ୨୨୦ ଅଦାଲତ
    - ସବୁ ବ୍ଲକରେ ହେବ ଜେଏମଏଫସି କୋର୍ଟ

    ଭୁବନେଶ୍ୱର : ଲୋକଙ୍କ ଦୁଆରେ ମୁହଁରେ ପହଁଚିବ ସ୍ୱାସ୍ଥ୍ୟ ଓ ଆଇନ୍ ସେବା  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ବିଭାଗ ପକ୍ଷରୁ ଅନେକ ଜନହିତକର ଯୋଜନା ପ୍ରଣୟନ କରିବା ସହ ପଦକ୍ଷେପ ଗ୍ରହଣ କରାଯାଉଛି  । ସ୍ୱାସ୍ଥ୍ୟ ଭିତିଭୂମି ହେଉକି ଔଷଧ ବଂଟନ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ହେବା ହେଉକି ରୋଗ ନିରାକରଣ ସବୁଥିରେ ଓଡ଼ିଶା ଜାତୀୟ ହାରଠାରୁ ଢେ଼ର ଆଗରେ ରହିଛି  । ଲୋକଙ୍କୁ ଆଇନ ପରାମର୍ଶଠାରୁ ନେଇ ଆଇନ ସହାୟତା ପର୍ଯ୍ୟନ୍ତ ସବୁକିଛି ଯୋଗାଇ ଦିଆଯାଉଛି  । ଗତକାଲି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଓ ଆଇନ ବିଭାଗର ସମୀକ୍ଷା କରିଥିବାବେଳେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା  ।

    ସାମ୍ବାଦିକ ସମ୍ମିଳନୀରେ ବିଭାଗର ସଫଳତା ସମ୍ପର୍କରେ ଶ୍ରୀ ଜେନା କହିଲେଯେ, ଗତବର୍ଷ ୧୧ଟି ନୂତନ ଯୋଜନା ହୋଇଥିବାବେଳେ ୬ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି  । ଗତବର୍ଷ ୨ଟି ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବାବେଳେ ଚଳିତ ବର୍ଷ ବଲାଙ୍ଗୀର ଓ ବାଲେଶ୍ୱରରେ ଦୁଇଟି ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହେବ  । ସେହିପରି ଭୀମସାର ଓ ଏସସିବିରେ ବିଏସସି ନର୍ସିଂ ପାଠ୍ୟକ୍ରମ ମଧ୍ୟ ଖୋଲାଯାଇଛି  । ନିରାମୟ, ଆଶା କଲ୍ୟାଣ, ନିଦାନ, ନୂତନ ମେଡ଼ିକାଲ କଲେଜ, ସହାୟ, ମାଗଣାରେ କେମୋଥେରାପି ଭଳି ଅନେକ ଅଭିନବ ଯୋଜନା ହୋଇଥିବାବେଳେ ରାଜ୍ୟରେ କର୍କଟ ହସପିଟାଲ ପ୍ରତିଷ୍ଠା ପାଇଁ ଟାଟା ଟ୍ରଷ୍ଟ ସହ ୮୦୦ କୋଟି ଟଙ୍କାର ଏମଓୟୂ ମଧ୍ୟ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି  । ଏତଦବ୍ୟତୀତ ନିର୍ମଳ ଯୋଜନା, ଖୁସି ଯୋଜନା, ସମ୍ପୂର୍ଣ୍ଣା ଯୋଜନା, ସୁନେତ୍ର ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି  । ସହରାଂଚଳରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ସମସ୍ତ ପିଏଚସି ଓ ସିଏଚସିରେ ସ୍ପେଶିଆଲିଷ୍ଟ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇଛି  । ଦମନ ଯୋଜନାରେ ମିଳିଥିବା ସଫଳତା ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଲେଯେ, ମାଲେରିଆ ଦୂରୀକରଣରେ ରାଜ୍ୟ ସରକାର ବହୁ ସଫଳତା ହାସଲ କରିଛନ୍ତି  । ଚଳିତ ବର୍ଷ ମାଲେରିଆରେ ଜଣେ ବି ରୋଗୀ ମୃତୁ୍ୟବରଣ କରିନଥିବାବେଳେ ମାଲେରିଆ ରୋଗୀଙ୍କ ସଂଖ୍ୟା ୮୦% ହ୍ରାସ ପାଇଛି  । ଆନୁଷ୍ଠାନିକ ପ୍ରସବରେ ମଧ୍ୟ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି  । ସେହିପରି ଇମୁ୍ୟନାଇଜେସନ ଓ ଏମଆର କ୍ୟାମ୍ପେନରେ ଓଡ଼ିଶା ଦେଶର ଏକ ନମ୍ବର ସ୍ଥାନ ହାସଲ କରିଥିବାବେଳେ ପ୍ରତିବର୍ଷ ୫୨ ହଜାର ଶିଶୁଙ୍କୁ ମୃତୁ୍ୟମୁଖରୁ ରକ୍ଷା କରାଯାଇପାରୁଛି ବୋଲି ସେ କହିଥିଲେ  ।

    ଆଇନ ବିଭାଗର ସଫଳତା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜେନା କହିଲେଯେ, ଲୋକଙ୍କ ଦୁଆର ମୁହଁରେ ଆଇନ ସେବା ଯୋଗାଇବା ପାଇଁ ନବୀନ ପଟ୍ଟନାୟକ ସଂକଳ୍ପବଦ୍ଧ  । ତ୍ୱରିତ ଦଣ୍ଡବିଧାନ ପାଇଁ ମଧ୍ୟ ବହୁଧା ପଦକ୍ଷେପ ଗ୍ରହଣ କରାଯାଇଛି  । ୪ ବର୍ଷ ମଧ୍ୟରେ ରାଜ୍ୟରେ ୨୨୦ଟି ନୂତନ କୋର୍ଟ ପ୍ରତିଷ୍ଠା କରାଯାଇଥିବାବେଳେ ଚଳିତ ବର୍ଷ ଆଉ ୫୦ଟି କୋର୍ଟ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି  । ଏହି ସମୟ ମଧ୍ୟରେ ଦେଶର କୌଣସି ରାଜ୍ୟରେ ବି ଏତେ ସଂଖ୍ୟକ କୋର୍ଟ ସ୍ଥାପନ କରାଯାଇନାହିଁ  । ୩୧୪ ବ୍ଲକରେ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ଇତିମଧ୍ୟରେ ୧୯୯ ବ୍ଲକରେ ଜେଏମଏଫସି କୋର୍ଟ ସ୍ଥାପନ କରାଯାଇସାରିଛି  । ୩୦ ଜିଲ୍ଲାରେ ମହିଳା କୋର୍ଟ ଖୋଲିଥିବାବେଳେ ବହୁ ଆଇନଜୀବୀ ନିଯୁକ୍ତି ଦିଆଯାଇଛି  । ରାଜ୍ୟରେ ୩୮୦୮ ଲୋକ ଅଦାଲତ ମାଧ୍ୟମରେ ୨୩ ଲକ୍ଷ ୧୭ ହଜାର ମାମଲା ଫଇସଲା ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook