May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଖୁବଶୀଘ୍ର ବ୍ଲକସ୍ତରରେ ହେବ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

    Share on :
    Date: May 9, 2018    Views: 531

    ଭୁବନେଶ୍ୱର : ମାର୍ଚ୍ଚ ୫ ତାରିଖ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆଜିା ୫୦ତମ ପଂଚାୟତରେ ପହଁଚିଛି । କେନ୍ଦୁଝରର ମଇଦାନକେଲା ପଂଚାୟତ ହୋଇଛି ଏହି କାର୍ଯ୍ୟକ୍ରମର ୫୦ତମ ଗାଁ । ଆଜି ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଗାନ୍ଧିଜୀଙ୍କ ଭାଷାରେ ଗାଁରେ ରହିଛି ଭାରତ ଆତ୍ମା । ବିଜୁ ବାବୁ ମଧ୍ୟ ଗାଁ ଲୋକଙ୍କ ପାଖରେ ବିକାଶର ସବୁ ସୁବିଧା ପହଁଚାଇବା ପାଇଁ ଗୁରୁତ୍ୱ ଦେଉଥିଲେ । ଆଜି ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୫୦ଟି ପଂଚାୟତର ଲୋକମାନଙ୍କ ପାଖ,ରେ ପହଁଚି ପାରିଥିବାରୁ ଏବଂ ସେମାନଙ୍କ ସହିତ ଗାଁର ବିକାଶ ସଂପର୍କରେ ଆଲୋଚନା କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ବିକାଶ ପାଇଁ ଗାଁ ଲୋକଙ୍କର ଆଗ୍ରହ ଓ ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଥିଲେ । ବିକାଶର ଏହିଭଳି ଧାରା ଜାରି ରହିଲେ, ଖୁବଶୀଘ୍ର ଗାଁ ଗୁଡ଼ିକର ମାନଚିତ୍ର ବଦଳିଯିବ ବୋଲି ସେ କହିଥିଲେ । ବର୍ତମାନ ସୁଦ୍ଧା ୫୦ଟି ପଂଚାୟତ ପାଇଁ ୨୧ କୋଟି ୩୭ଲକ୍ଷ ଟଙ୍କାର ୪୬୦ଟି ପ୍ରକଳ୍ପ ମଂଜୁର କରାଯାଇଛି । 
    ଆଜି କେନ୍ଦୁଝର ଜିଲ୍ଲାର ମଇଦାନକେଲା ପଂଚାୟତ, ଗଂଜାମ ଜିଲ୍ଲାର ଅଳସୁଗୁମା, ବଲାଙ୍ଗୀର ଜିଲ୍ଲାର ବର୍ଥଲା ଓ ସୁନ୍ଦରଗଡ଼ ଜିଲ୍ଲାର ଭେଡାବାହାଲ ପଂଚାୟତ ପାଇଁ ୧ କୋଟି ୪୧ଲକ୍ଷ ଟଙ୍କାର ୩୨ଟି ପ୍ରକଳ୍ପକୁ ମଂଜୁରୀା ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିବା ସହିତ ମଂଜୁର ହୋଇଥିବା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କେନ୍ଦୁଝର ଜିଲ୍ଲାର ମଇଦାନକେଲା ଗ୍ରାମ ପଂଚାୟତର ୩୭ଲକ୍ଷ ଟଙ୍କାରେ ୧୦ଟି, ଗଂଜାମ ଜିଲ୍ଲାର ଅଳସୁଗୁମା ପଂଚାୟତର ୩୪ଲକ୍ଷ ଟଙ୍କାରେ ୬ଟି, ବଲାଙ୍ଗୀର ଜିଲ୍ଲାର ବର୍ଥଲା ପଂଚାୟତର ୩୫ଲକ୍ଷ ଟଙ୍କାରେ ୯ଟି ଏବଂ ସୁନ୍ଦରଗଡ଼ ଜିଲ୍ଲାର ଭେଡାବାହାଲ ପଂଚାୟତର ୩୫ଲକ୍ଷ ଟଙ୍କାରେ ୭ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।
    ଭିଡିଓ କନଫରେନ୍ସିଂ ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମ ପଂଚାୟତଗୁଡ଼ିକର ସରପଂଚମାନଙ୍କୁ ସେମାନଙ୍କର ଗାଁର ବିକାଶ ଯୋଜନା ସଂପର୍କରେ ଉପସ୍ଥାପନା କରିବା ପାଇଁ କହିଥିଲେ ଏବଂ ସେମାନଙ୍କର ଗାଁର ବିକାଶ ଯୋଜନା ସଂପର୍କରେ ଉପସ୍ଥାପନା କରିବା ପାଇଁ କହିଥିଲେ ଏବଂ ସେମାନଙ୍କ ଠାରୁ ପଂଚାୟତ ଭିତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ତୁରନ୍ତ ମଂଜୁରୀ ପ୍ରଦାନ କରିଥିଲେ । ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ୫୦ତମ ଗାଁରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପହଁଚିବା ଅବସରରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଆସନ୍ତା ମାସଠାରୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବ୍ଲକସ୍ତରରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ସଂପୃକ୍ତ ଅଂଚଳର ନିର୍ବାଚିତ ପ୍ରତିନିଧି, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ଏବଂ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗଦେଇଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook