Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଚାରି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    Share on :
    Date: May 8, 2018    Views: 469

    ଭୁବନେଶ୍ୱର : ନିର୍ବାଚନ ଇସ୍ତାହାରରେ କ’ଣ ପ୍ରତିଶ୍ରୁତି ଦିଆଯାଇଥିଲା ? କେଉଁ କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି ? କେତେ ସଫଳତା ମିଳିଛି ? ଆଉ କ’ଣ କରାଯିବାର ଆବଶ୍ୟକତା ରହିଛି ? ଆଦି ସବୁ ପ୍ରସଙ୍ଗରେ ଟିକିନିଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆସନ୍ତା ୨୧ରେ ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରିବାକୁ ଯାଉଥିବାବେଳେ ଆଜିଠାରୁ ଆରମ୍ଭ ହୋଇଛି ବିଭାଗୱାରୀ ସମୀକ୍ଷା  ।

    ପ୍ରଥମ ଦିନରେ ଚାରି ବିଭାଗର ସମୀକ୍ଷା ହୋଇଛି  । ପ୍ରଥମ ଦଫାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଏସସିଏସଟି ବିଭାଗ ଦ୍ୱୟର ସମୀକ୍ଷା ହୋଇଥିବାବେଳେ ଦ୍ୱିତୀୟ ଦଫାରେ ସ୍ୱାସ୍ଥ୍ୟ ଓ ଆଇନ ବିଭାଗର ସମୀକ୍ଷା ହୋଇଥିଲା  ।

    ବିଜେଡ଼ି ସରକାର ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ ହୋଇଛି ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିଲେ  । ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଯୋଜନାୱାରୀ ସଫଳତାର ଫର୍ଦ୍ଧ ପ୍ରଦାନ କରିଥିଲେ  । ସମୀକ୍ଷା କାଳରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ କେତେକ ପରାମର୍ଶ ଦେଇଥିଲେ  । 

    ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଏସସିଏଟି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଭାଗୀୟ ଯୋଜନା ଓ ଅଗ୍ରଗତି ସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ କରିଥିଲେ  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook