Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଧର୍ମେନ୍ଦ୍ର ମହାନଦୀ, ଆମେ ଖରସ୍ରୋତା : ମହାରଥୀ

    Share on :
    Date: May 8, 2018    Views: 4787

    ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଇଲେଇତି କରିଛନ୍ତି ପ୍ରଦୀପ ମହାରଥୀ  । ସେ କହିଛନ୍ତିଯେ, ଧର୍ମେନ୍ଦ୍ର ହେଉଛନ୍ତି ମହାନଦୀ  । ଆମେ ହେଉଛୁ ଖରସ୍ରୋତା  । ମହାନଦୀ ପଛେ ଶୁଖିଯିବ ହେଲେ ଖରସ୍ରୋତାରେ ଖରଖର ହୋଇ ପାଣି ବହୁଥିବ ବୋଲି ମହାରଥୀ କହିଛନ୍ତି  । 

    ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ରଙ୍କୁ ତାତ୍ସଲ୍ୟ କରିଥିଲେ ମହାରଥୀ  । ବିଜେପୁର ନିର୍ବାଚନ ପରେ ଧର୍ମେନ୍ଦ୍ରଙ୍କର ଆଗଭଳି ଦେଖା ଦର୍ଶନ ମିଳୁନାହିଁ  । ଟିଭି ପେପରରେ ବି ତାଙ୍କର ମୁହଁ ଦିଶୁନାହିଁ  । ବିଜେପୁରରେ ହାରିବା ପରେ ତାଙ୍କର ଓଡ଼ିଶା ଗସ୍ତ କମିଯାଇଛି ବୋଲି ମହାରଥୀ କହିଥିଲେ  । ଧର୍ମେନ୍ଦ୍ର ମଧ୍ୟ ଏହାର ଉତ୍ତର ରଖିଥିଲେ  । ସେ କହିଥିଲେଯେ, ମହାରଥୀ ତାଙ୍କ ବଡ଼ଭାଇ  । ସେ ତାଙ୍କୁ ଡାକିଲେ ଚା’ ପିଇବାକୁ ନିଶ୍ଚିତ ଘରକୁ ଯିବେ  । ତାଙ୍କୁ ଗାଳି ଦେଲେ ଯଦି ମହାରଥୀଙ୍କର ନମ୍ବର ବଢ଼ୁଥାଏ ତେବେ ସେ ଶୁଭେଚ୍ଛା ଜଣାଉଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ  ।  

    Maximum 500 characters

    ଅଧିକ ମତାମତ

    ବିଜେପି କ୍ଷମତା ପାଇଁ କିଛିବୀ କରି ପାରେ କିନ୍ତୁ ଭାରତର ବିକାଶ ପାଇଁ ନୁହେଁ ।

    Pratap Kumar mansingh

    May 8, 2018

    Maharathi se sabu bele Maha rathi bhali kahibe ,100Ghoda Ku 100 Hati Eka ladhiba Maharathi . Dharmendar babu jadi bhala loka ,bhala manisa ta ha le se tanka bapanku Sathi re nei Rajaniti pedal re bhasana diantu . Nija bapa maa ra Adarsh Ku loka Ku dekhantu

    Jayanta Kumar behera

    May 9, 2018

    ରାଜନୀତି ତଡ଼କା View all

    Find Us on Facebook