Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଗରିବ ଲୋକଙ୍କ ଖୁସି, ମୋର ଖୁସି : ନବୀନ

    Share on :
    Date: May 7, 2018    Views: 1751

    ଭୁବନେଶ୍ୱର : ଗରିବ ଲୋକଙ୍କ ଖୁସି, ମୋର ଖୁସି  । ସହରର ବସ୍ତିମାନଙ୍କରେ ରହୁଥିବା ଗରିବ ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ରାଜ୍ୟ ସରକାର ସେମାନଙ୍କୁ ଜମି ଅଧିକାର ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି  । ସାରା ଦେଶର ବିକାଶ ଇତିହାସରେ ଏହା ଏକ ନୂଆ ଘଟଣା  । ଛତ୍ରପୁର ଠାରେ ଆୟୋଜିତ ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ୯ ପୌରାଂଚଳର ୨ ହଜାର ବସ୍ତିବାସିନ୍ଦା ପରିବାରକୁ ଜମି ପଟ୍ଟା ପ୍ରଦାନ କରି ଏହା କହିଛନ୍ତି  । 

    ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେଯେ, ଗରିବ ଲୋକଙ୍କୁ ତାଙ୍କ ଅଧିକାର ଦେବା କ୍ଷେତ୍ରରେ ଓଡ଼ିଶା ଆଜି ଇତିହାସ ସୃଷ୍ଟି କରିଛି ଓ ଅନ୍ୟମାନଙ୍କୁ ମାର୍ଗ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗରୀବ ଲୋକର ସଶକ୍ତିକରଶ ପାଇଁ ତାଙ୍କ ସରକାର ସବୁବେଳେ କାମ କରିଚାଲିଛନ୍ତି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ । ରାଜ୍ୟ ସାରକାରଙ୍କର ଏହି ନିଷ୍ପତି ବସ୍ତିରେ ରହୁଥିବା ଗରୀବ ଲୋକମାନଙ୍କୁ ସମ୍ମାନର ସହ ସେମାନଙ୍କ ଜୀବନ    ନିର୍ବାହ ପାଇଁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ  ଆଶାବ୍ୟକ୍ତ କରିଛନ୍ତି । ଏକ ନୂତନ ବିଶ୍ୱର ମାର୍ଗଦର୍ଶନ ଭାବରେ ଓଡ଼ିଶାର ଏହି ଏହି ଯୁଗାନ୍ତକାରୀ ଭୂମିକା ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ସେ ଅତ୍ୟନ୍ତ ଖୁସି ଏବଂ ଏହାକୁ ସଫଳ ଭାବରେ ଅଗେଇ ନେବବାପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ ।  

    ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଥିବା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କୁ ସ୍ୱାଗତ କରି ସାମାଜିକ ଅସମାନତା ଦୂର ଦିଗରେ ଟାଟା ଟ୍ରଷ୍ଟର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଂଶସା କରିଥିଲେ ଏବଂ ରତନ ଟାଟାଙ୍କ ଏହି କାର୍ଯ୍ୟକ୍ରମର ଯୋଗଦାନ ସାରା ବିଶ୍ୱ ପାଇଁ ଏକ ଆଦର୍ଶ ସୃଷ୍ଟି ଦିଗରେ ସହାୟକ ହେବବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି  । ଅନ୍ୟତମ ଅତିଥି ବିଶିଷ୍ଟ ସ୍ଥପତି ଲଡର଼୍ ନରମନ୍ ଫଷ୍ଟରଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଲେଯେ, ଏହି ପ୍ରକଳ୍ପରେ ତାଙ୍କର ଅଂଶଗ୍ରହଣ ଲୋକଙ୍କ ପାଇଁ ଏକ ଉତ୍ତମ ବସତିର ବିକାଶ ଦିଗରେ ସହାୟକ ହେବବୋଲି ଆଶା ପ୍ରକାଶ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶିକ୍ଷାବିତ୍ ଡକ୍ଟର ଗୌତମ ଭାନ୍ଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେଯେ, ସହରରେ ରହୁଥିବା ଗରିବ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ସେ ସାରା ଜୀବନ ସଂଗ୍ରାମ କରିଚାଲିଛନ୍ତି  ।

    ଆୟୋଜିତ ଉତ୍ସବରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା, ବିଶିଷ୍ଟ ସ୍ଥପତି ଲଡର଼୍ ନରମନ ଫଷ୍ଟର ପ୍ରମୁଖ ଉଦବୋଧନ ଦେଇ ରାଜ୍ୟସରକାରଙ୍କର ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ  ।

    ରାଜ୍ୟ ସରକାରଙ୍କ ଏହି ବସ୍ତିବାସିନ୍ଦାକୁ ଜମି ଅଧିକାର ପ୍ରଦାନ କାର୍ଯ୍ୟକ୍ରମରେ ସାରା ରାଜ୍ୟର ବିଭିନ୍ନ ପୌରାଂଚଳର ୧୦ ଲକ୍ଷ ଉପକୃତ ହେବେ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଲିଭେବଲ ହାବିଟାଟ ମିଶନ (ଜାଗା)ର ଶୁଭାରମ୍ଭ କରିଥିଲେ  ।

    Maximum 500 characters

    ଅଧିକ ମତାମତ

    U r my role model sir. Odisha is so fortunate to get you as c.m. . LONG LIVE

    Nayan

    May 7, 2018

    ଯୋଜନା ଓ ବିକାଶ View all

    Find Us on Facebook