Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଡିବ୍ରଦର୍ସ ଲିଙ୍କ : ଇଡ଼ିରେ ହାଜର ହେଲେ ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟ

    Share on :
    Date: May 7, 2018    Views: 1051

    ଭୁବନେଶ୍ୱର : ଧଳସାମନ୍ତ ବ୍ରଦର୍ସଙ୍କ ଅପରାଧିକ ବହି ଖୋଲିବାରେ ଲାଗିଥିବାବେଳେ ଧର୍ମଶାଳାର ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଡି-ଲିଙ୍କ ଥିବା ନେଇ ଚର୍ଚ୍ଚା ହେଉଛି  । ଏନେଇ ପ୍ରବର୍ତନ ନିଦେ୍ର୍ଧଶାଳୟ ପକ୍ଷରୁ ପ୍ରଣବଙ୍କୁ ସମନ୍ ଜାରି କରାଯାଇଥିବାବେଳେ କାଗଜପତ୍ର ସହ ପ୍ରଣବ ଆଜି ଇଡ଼ିରେ ହାଜର ହୋଇଛନ୍ତି  । 

    ମିଳିଥିବା ସୂଚନାନୁଯାୟୀ, ଗତ ୧ରେ ଇଡ଼ି ପ୍ରଣବଙ୍କୁ ସମନ ଜାରି କରଥିଲେ  । ବଳବନ୍ତରାୟ ଟ୍ରାନ୍ସପୋର୍ଟ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିଦେ୍ର୍ଧଶକ ତଥା ଧର୍ମଶାଳାର ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାମରେ ସମନ ଆସିଥିଲା  । ମେ’ ୭ ଅପରାହ୍ନ ୩ଟାରେ ପ୍ରଣବଙ୍କୁ କାଗଜପତ୍ର ସହ ହାଜର ହେବାକୁ ସମନ ଜାରି କରାଯାଇଥିଲା  । ଖାଲି ସେତିକିନୁହେଁ ୨୦୦୫-୦୬ରୁ ୨୦୦୯-୧୦ ମଧ୍ୟରେ କମ୍ପାନୀର ସମସ୍ତ ଅଡ଼ିଟ ରିପୋର୍ଟ ଆଣିବା ସହ ସୁଶାନ୍ତ କୁମାର ଧଳସାମନ୍ତ ଓ ସୁଶୀଳ କୁମାର ଧଳସାମନ୍ତଙ୍କ ସହ କିପ୍ରକାର ଦେଣନେଣ ହୋଇଛି ତାହାର କାଗଜପତ୍ର ମଧ୍ୟ ଆଣିବାକୁ କୁହାଯାଇଥିଲା  । ଇଡ଼ିଙ୍କ ସମନ ପାଇ ଆଜି ପ୍ରଣବ କାଗଜପତ୍ର ସହ ଇଡ଼ିରେ ହାଜର ହୋଇଛନ୍ତି  । 

    Maximum 500 characters

    ଆଂଚଳିକ View all

    Find Us on Facebook