Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଭତ୍ତା ହିତାଧିକାରୀଙ୍କୁ ମିଳିବ ଛତା

    Share on :
    Date: May 7, 2018    Views: 1541

    ଭୁବନେଶ୍ୱର : ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ଛତା ମିଳିବ  । ଗ୍ରୀଷ୍ମକାଳୀନ ସହାୟତା ଭାବେ ଛତା ପାଇଁ ସମସ୍ତଙ୍କୁ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ  । ଆସନ୍ତା ୧୫ରେ ହିତାଧିକାରୀମାନଙ୍କୁ ଭତ୍ତା ସହ ଛତା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  ।  ଛତ୍ରପୁର ଠାରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି  । ସେହିପରି ଆଜି ଗଞ୍ଜାମର ୮ ଏନଏସି ଓ ପୁରୀର ୧ ଏନଏସିର କେତେକ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପଟ୍ଟା ବିତରଣ କରାଯାଇଛି  । ଏହି ଯୋଜନା ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ  । ରାଜ୍ୟର ୧୦ ଲକ୍ଷ ବସ୍ତିବାସିନ୍ଦା ଏହାଦ୍ୱାରା ଉପକୃତ ହୋଇପାରିବେ  । ଗରିବ ଲୋକଙ୍କ ଖୁସିରେ ତାଙ୍କର ଖୁସି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook