Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୨ ହଜାର ହିତାଧିକାରୀଙ୍କୁ ଜମି ଅଧିକାର ପଟ୍ଟା ବିତରଣ କଲେ ମୁଖ୍ୟମନ୍ତ୍ରୀ

    Share on :
    Date: May 7, 2018    Views: 101

    ଭୁବନେଶ୍ୱର : ସହରାଂଚଳ ବସ୍ତିବାସିନ୍ଦାଙ୍କ ‘ସ୍ୱପ୍ନର ଘର’ ସତ ହୋଇଛି  । ଦେଶର ଅନନ୍ୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଂଚଳ ବସ୍ତିବାସିନ୍ଦାଙ୍କୁ ବିସ୍ଥାପିତ ନକରି ସେହିଠାରେ ଥଇଥାନ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି  । ଗଞ୍ଜାମର ସଦର ମହକୁମାରେ ମୁଖ୍ୟମନ୍ତ୍ରୀ ଏହି ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରି ୨ ହଜାର ହିତାଧିକାରୀଙ୍କୁ ଜମି ଅଧିକାର ପଟ୍ଟା ବିତରଣ କରିଛନ୍ତି  । 
    ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଖଲ୍ଲିକୋଟ, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ଚିକିଟି, ଦିଗପହଣ୍ଡି, ଗୋପାଳପୁର ଏନଏସି ଏବଂ ହିଞ୍ଜିଳି ମୁନିସପାଲଟିର ହିତାଧିକାରୀଙ୍କୁ ଜମି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି  । ଯେଉଁମାନେ ଏହି ଜମିରେ ପକ୍କା ଘର କରିଥିବେ ସେମାନଙ୍କ ପାଇଁ ପାନୀୟ ଜଳ, ବିଦୁ୍ୟତ ବ୍ୟବସ୍ଥା  କରାଯିବ  । ବାକି ଏନଏସିରେ ଡ୍ରୋନ ସର୍ଭେ ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲାରେ ଡୁଡ଼ା ନୋଡ଼ାଲ ଏଜେନ୍ସୀ ଭାବେ କାର୍ଯ୍ୟ କରୁଛି  । ଟାଟା ଟ୍ରଷ୍ଟ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଥିବାବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook