May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଘରଣୀଙ୍କ ପାଇଁ ଟିପ୍ପ

    Share on :
    Date: May 5, 2018    Views: 5861

    - ଲାଲ ଟମାଟୋକୁ ତାଜା ରଖିବା ପାଇଁ ଟମାଟୋର ନାସି ପାଖରେ ଅଳ୍ପ ଟିକେ ମହମ ଲଗାନ୍ତୁ  । ସେଗୁଡ଼ିକ ତାଜା ହୋଇ ରହିବ  । ଯଦି ଟମାଟୋ ଅତି ନରମ ହୋଇଯାଏ ତେବେ ସେଗୁଡ଼ିକୁ ଥଣ୍ଡା ଜଳରେ ରଖନ୍ତୁ  । ଟମାଟୋ ପୁଣି ତାଜା ହେବା ସହ ସୁସ୍ୱାଦୁ ଲାଗିବ  ।
    - ପଣସ କାଟିବା ବେଳେ ହାତ, ଛୁରୀ ଓ ପନିକିରେ ସୋରିଷ ତେଲ ଲଗାଇ ଦିଅନ୍ତୁ  । ଫଳରେ ଅଠା ଆଉ ଲାଗିବ ନାହିଁ  ।
    - ପ୍ଲାଷ୍ଟିକ ପାତ୍ରକୁ ଚମକାଇବା ପାଇଁ ଏକ ହାଲକା ଭିଜା ପେପର ନ୍ୟାପକିନ୍ରେ ଅଳ୍ପ ଟିକେ ବେକିଂ ସୋଡ଼ା ପକାଇ ରଗଡ଼ି ଦିଅନ୍ତୁ  ।
    - ପକୁଡ଼ି କିମ୍ବା ପୁରୀ ଛାଣିବା ପୂର୍ବରୁ ଗୋଳାରେ କିଛି କର୍ଣ୍ଣଫ୍ଲୋର ମିଶାଇ ଦିଅନ୍ତୁ  । ଦେଖିବେ ପକୁଡ଼ି ଓ ପୁରୀ କମ୍ ତେଲ ଟାଣିବା ସହ ଅଧିକ ମୁସୁମୁସୁ ଲାଗିବ  ।
    - ଦର୍ପଣକୁ ଚମକାଇବା ପାଇଁ ପାଣିରେ କିଛି ମଣ୍ଡ ମିଶାଇ ଓଦା କନାରେ ପୋଛି ଦିଅନ୍ତୁ ଓ ପରେ ଶୁଖିଲା କପଡ଼ାରେ ପୋଛନ୍ତୁ  ।
    - ଶୁଖିଲା ଫଳ କାଟିବା ପାଇଁ ଛୁରୀକୁ ଗରମ ପାଣିରେ ବୁଡ଼ାଇ କାଟିଲେ ଭଲ ହେବ  ।
    - କଫିର ସ୍ୱାଦ ବଢ଼ାଇବା ପାଇଁ କଫି ଓ ଚିନି ଫେଂଟିବା ସମୟରେ ସେଥିରେ କିଛି ବର୍ଣ୍ଣଭିଟା ମିଶାଇ ଦିଅନ୍ତୁ ଦେଖିବେ ସ୍ୱାଦ ଆହୁରି ବଢ଼ିଯିବ  ।
    - କାଚ ବୋତଲରେ କଇଁଚିକୁ ବାରମ୍ବାର କେତେଥର ଚଳାଇନେଲେ ତାହା ଧାରୁଆ ହୋଇଥାଏ  ।
    - ଭାତ ପେଜରେ ଅଟା ଦଳି ରୁଟି କଲେ ତାହା କଅଁଳ ହେବ  ।
    - ଆଳୁ ଓ ଲାଉ ଚୋପାକୁ ତ୍ୱଚା ଉପରେ ଘସିଲେ ତାହା ଉଜ୍ଜ୍ୱଳ ଦିଶେ  ।
    - କଲରା ଚୋପାକୁ ଚାଉଳ ସହ ମିଶାଇ ରଖିଲେ ସେଥିରେ ଆଦୌ ପୋକ ହେବ ନାହିଁ  ।
    - ଲେମ୍ବୁ ଚୋପାକୁ ଦାନ୍ତରେ ଘସିଲେ ଦାନ୍ତରେ ଥିବା ହଳଦିଆ ଦାଗ ଦୂର ହୋଇଥାଏ ଏବଂ ଦାନ୍ତ ଉଜ୍ଜ୍ୱଳ ଦିଶେ  । ମାଢ଼ି ମଧ୍ୟ ଶକ୍ତି ଓ ସୁଦୃଢ଼ ହୋଇଥାଏ  ।
    - ପୁରୀ ବେଲିବା ବେଳେ ପ୍ରଥମେ ଅଟାରେ କିଛି ଚିନିଗୁଣ୍ଡ ମିଶାଇଲେ ପୁରୀ ଭଲ ଭାବେ ଫୁଲିବା ସହ ସ୍ୱାଦିଷ୍ଟ ଲାଗିଥାଏ  ।
    - ଆମଲେଟ କରିବା ବେଳେ ଏକ ଚାମକ ଦୁଧ ମିଶାଇଲେ ତାହା କଅଁଳ ହୋଇଥାଏ  ।
    - ନୂଆ ସୂତା ଶାଢ଼ୀକୁ ପ୍ରଥମେ ଲୁଣ ପାଣିରେ ବୁଡ଼ାଇ ରଖି ଧୋଇଲେ ଅଧିକ ରଙ୍ଗ ଛାଡ଼ିନଥାଏ  ।

    Maximum 500 characters

    ଅଜବ View all

    Find Us on Facebook