Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବୈଜୟନ୍ତଙ୍କୁ ଜେରା କରିବ କେନ୍ଦ୍ରାପଡ଼ା ପୁଲିସ୍

    Share on :
    Date: May 4, 2018    Views: 1399

    ଭୁବନେଶ୍ୱର : କେନ୍ଦ୍ରାପଡ଼ା ଟାଉନ ପୁଲିସ ବିଜେଡ଼ିର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମରେ ମାମଲା ରୁଜୁ କରିଛି  । ବୈଜୟନ୍ତଙ୍କ ନାମରେ ୪୨୦ରୁ ନେଇ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି  । କୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଟାଉନ ଥାନା ପୁଲିସ ଅଧିକାରୀ ତପନ ସାହୁ ତଦନ୍ତ ଆରମ୍ଭ କରିଛନ୍ତି  । ବୈଜୟନ୍ତଙ୍କ ରେକଡର଼୍ ପତ୍ର ଯାଂଚ ସହ ସାକ୍ଷୀମାନଙ୍କୁ ପଚରାଉଚରା କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି  ।

    ସୂଚନାଯୋଗ୍ୟଯେ, ୨୦୧୪ ମାର୍ଚ୍ଚ ୨୬ରେ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ସତ୍ୟପାଠ ଦାଖଲ କରିଥିଲେ  । ତେବେ ସେ ଇମ୍ଫା କମ୍ପାନୀର ଉପସଭାପତି ଭାବେ ଦରମା ନେଉଥିଲେ ମଧ୍ୟ ଏହାକୁ ସତ୍ୟପାଠରେ ଦର୍ଶାଇନଥିଲେ  । ଫଳରେ ଶ୍ରୀ ପଣ୍ଡାଙ୍କ ନାମରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଉଦୟନଗର ଗ୍ରାମର ଦିଲ୍ଲୀପ କୁମାର ଦାସ କେନ୍ଦ୍ରାପଡ଼ା ଏସଡ଼ିଜେଏମ କୋର୍ଟରେ ମାମଲା ଦାଏର କରିଥିଲେ  । ଜନପ୍ରତନିଧି ଆଇନର ଧାରା ୧୨୫(କ), ଆଇପିସିର ଦଫା ୪୧୫, ୪୧୬, ୪୧୭, ୪୧୮, ୪୧୯ ଓ ୪୨୦ ଧାରାରେ ମାମଲା ଦାୟର ହୋଇଥିଲା  । ଏନେଇ ଏସଡ଼ିଜେଏମ କୋର୍ଟରେ ଶୁଣାଣୀ ହେବା ସହ ବୈଜୟନ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ  । ଜୁଲାଇ ୨୫ ସୁଦ୍ଧା ଏନେଇ ରିପୋର୍ଟ ଦାଖଲ କରିବାକୁ ପୁଲିସଙ୍କୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି  । ପୂର୍ବରୁ ବୈଜୟନ୍ତଙ୍କ ବିରୋଧରେ ଏକ ମିଥ୍ୟା ସତ୍ୟପାଠ ମାମଲା ମଧ୍ୟ ବିଚାରାଧୀନ ରହିଛି  ।

    Maximum 500 characters

    ଅଧିକ ମତାମତ

    BJD sarakara nka aka prayajita karyakrama ahaku sadharana loka mane janichanti Naveen babu nka bhali chit fond re Baijayanta panda gariba loka nka tanka khainahanti se tanka businesses tanka nele asubidha kauti rahila Naveen babu ate sighara tanka upare michha makadama karuchanti au jadi Imfa company agare dharana dei thiba loka mananku sarakara bujhei parithanta au odisha re amara jane odisha loka industry karichhi tanku protection dei nahanti taha Naveen babu nka pralochanare heuachhi okk

    Sanjib Nayak

    May 4, 2018

    ଆଂଚଳିକ View all

    Find Us on Facebook