May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଚ ରାସ୍ତାରେ ବିଜେଡି ଯୁବନେତାଙ୍କୁ ହତ୍ୟା

    Share on :
    Date: May 4, 2018    Views: 3029

    ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଂଚଳରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଦୁର୍ବୃତମାନେ ଯୁବ ବିଜେଡି ନେତାଙ୍କୁ ଗୋଡ଼ାଇଗୋଡ଼ାଇ ହତ୍ୟା କରିଛନ୍ତି । ବଡ଼ଗଡ଼ ଥାନା  ଗାଙ୍ଗପୁର ଅଂଚଳରେ ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରରେ ୪ଜଣ ଦୁର୍ବୃତ ବିଜେଡି ଯୁବନେତା ସନିଆ ବିଶୋଇଙ୍କୁ  ହତ୍ୟା କରିଛନ୍ତି । ସନିଆ ବିଶୋଇଙ୍କ ଘର ଗାଙ୍ଗପୁରରେ ବୋଲି ଜାଣିବାକୁ ମିଳିଛି । ସନା ବିଶୋଇକୁ ୪ଜଣ ଦୁର୍ବୃତ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଭୂଜାଲିରେ ହାଣିବା ସହିତ ଗୁଳି କରିଦେଇଥିଲେ । ପରେ ଦୁର୍ବୃତ ମାନେ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକୋ ସନିଆଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଉଥିବା ବେଳେ ରାସ୍ତାରେ ତାଙ୍କର ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook