Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

    Share on :
    Date: May 4, 2018    Views: 93

     ଭୁବନେଶ୍ୱର : ଗତକାଲି ଜନୈକ ଚାଷୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଆଜି ମଧ୍ୟ ପୁଣି ଆଉ ଜଣେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବରଗଡ଼ ଜିଲ୍ଲାର କନବାର ଗ୍ରାମର ନିରଞ୍ଜନ ଭୋଇ ନାମକ ଏହି ଚାଷୀ ଜଣକ ଆଜି ବିଲରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କାଳବୈଶାଖୀରେ ଉଜୁଡ଼ିଯାଉଥିବା ଫସଲ ଦେଖି ସେ ମି୍ରୟମାଣ ହୋଇ ବିଷ ପିଇଦେଇଥିବା କୁହାଯାଉଛି । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି । 
    ସୂଚନାଯୋଗ୍ୟ, ଗତକାଲି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବରଗଡ଼ ଜିଲ୍ଲାର କନବାର ଗାଁର ଅକ୍ରୂର ବିଶି ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିଛିଦିନ ଧରି ରାଜ୍ୟରେ ସୃଷ୍ଟି ହୋଇଥିବା କାଳବୈଶାଖୀ ପ୍ରଭାବରେ ବର୍ଷା ଓ କୁଆପଥର ମାଡ଼ ଯୋଗୁ ବରଗଡ଼ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି । ଏ ନେଇ ଡେପୁଟି ଏସଆରସି ମଧ୍ୟ ସୂଚନା ଦେଇଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook