Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ରିଲିଜ ହେଲା ‘୧୦୨ ନଟ ଆଉଟ’

    Share on :
    Date: May 4, 2018    Views: 313

    ଭୁବନେଶ୍ୱର : ବଲିଉଡ଼ର ଆଉ ନୂଆ ଦମ୍ଦାର ସିନେମା ରିଲିଜ ହୋଇଛି । ଏହା ଦର୍ଶକଙ୍କ ମନକୁ ସୁହାଇଲା ଭଳି ଏକ ଫିଲ୍ମ  । ଏଥିରେ ଅମିତାଭ ବଚ୍ଚନ ଓ ରିଷି କପୁରଙ୍କ ନେଇ ନିର୍ମିତ ହୋଇଥିବା ଚଳଚିତ୍ର ‘୧୦୨ନଟ ଆଉଟ’ ରେ ନା ରହଛି ହିରୋଇନ୍, ନାଚ ଗୀତ, ଆଉ ନା ରହିଛି କୌଣିସି ଫାଇଟିଙ୍ଗ ସିନ । ୬୦ ବର୍ଷରୁ ଉଦ୍ଧ୍ୱର୍ ଦୁଇ ଜଣ ବ୍ୟକ୍ତିତ୍ୱକୁ କେନ୍ଦ୍ର କରି ନିର୍ମିତ ହୋଇଛି ଚଳଚ୍ଚିତ୍ରଟି । ‘୧୦୨ନଟ ଆଉଟ’ର ନିଦେ୍ର୍ଧଶନା ଦେଇଛନ୍ତି ଉମେଶ ଶୁକ୍ଲା । ଏହି ଚଳଚ୍ଚିତ୍ରରେ ଅମିତାଭ ବଚନ ଜଣେ ୧୦୨ବର୍ଷର ବୃଦ୍ଧାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯାହାଙ୍କ ନାମ ରହିଛି ଦତାତ୍ରେୟ ବଖାରିୟା  । ତାଙ୍କ ପୁଅ ଭାବେ ରିଷି କପୁର ଜଣେ ୭୫ ବର୍ଷ ବୃଦ୍ଧଙ୍କର ଭୂମିକାରେ ଅଭିନୟ କରିଛନ୍ତି  । ଉଭୟଙ୍କ ଚରିତ୍ର ଭିନ୍ନ ଭିନ୍ନ ।

    ବାବୁଲାଲ ବଖାରିୟା ନିଜ ଜୀବନକୁ ଘଂଟା ଘଂଟା ଓ ମିନିଟ କଂଟା ପରି ନୀତି ନିୟମରେ ବାନ୍ଧି ରଖିଥିôବା ବେଳେ ଦତାତ୍ରେୟ ବଖରିୟଙ୍କ ଚରିତ୍ର ବଲକୁଲ ଭିନ୍ନ । ଜଣେ ୧୦୨ ବର୍ଷର ଯୁବକ ପରି ସେ ବଂଚୁଥିଲେ । ଦତାତ୍ରେୟ ନିଜ ପୁଅ ବାବୁଲାଲର ଜୀବନଶୈଳୀ ଓ ଭାବନାକୁ କିପରି ବଦଳାଇଛନ୍ତି ଓ କାହିକିଁ ବଦଳେଇବାକୁ ଚାହିଁଛନ୍ତି ଏହାକୁ କେନ୍ଦ୍ର କରି କାହାଣୀଟି ଆଗକୁ ଆଗେଛି । 

    Maximum 500 characters

    କଳା View all

    Find Us on Facebook