Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଆଇପିଏଲ ବେଟିଂ : ବ୍ରହ୍ମପୁରରୁ ୩ ଗିରଫ

    Share on :
    Date: May 3, 2018    Views: 277

    ଭୁବନେଶ୍ୱର : ଆଇପିଏଲ ବେଟିଂ ଭାଇରସ୍ ଏବେ ଓଡ଼ିଶାରେ ବି ମାତିଥିବା ଦେଖିବାକୁ ମିଳିଛି  । ନିକଟରେ ସମ୍ବଲପୁରରୁ ବେଟିଂ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଜି ବ୍ରହ୍ମପୁରରୁ ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି  ।

    ବ୍ରହ୍ମପୁରର ବେଲଗୁଣ୍ଠା ଅଂଚଳରେ ଆଇପିଏଲ ମ୍ୟାଚ ପାଇଁ ବେଟିଂ ଚାଲିଥିଲା  । ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଁଚିବା ସହ ନଗଦ ଟଙ୍କା ମଧ୍ୟ ଜବତ କରିଛି  । ସେଠାରେ ଥିବା ୩ ଅପରାଧିଙ୍କୁ ମଧ୍ୟ ପୁଲିସ୍ ଗିରଫ କରି ଅଧିକ ତନାଘନା ଚଳାଇଥିବା ଜାଣିବାକୁ ମିଳିଛି  ।

    ସୂଚନାଯୋଗ୍ୟଯେ, କିଛି ଦିନ ତଳେ ପୁଲିସ ସମ୍ବଲପୁର ଜିଲ୍ଲାରେ ଆଇପିଏଲ ବେଟିଂ ର୍ୟାକେଟ୍ ଠାବ କରିଥିଲା  । ଏହି ଘଟଣାରେ ରାଜେଶ ଅଗ୍ରୱାଲ, ସୁଦର୍ଶନ ମିଶ୍ର, ରଣଦୀପ ଅଗ୍ରୱାଲ, ସରୋଜ ହୋତା, ତପନ ଖେରୁଆଲ ଏବଂ ଆକାଶ ଅଗ୍ରୱାଲକୁ ଗିରଫ କରାଯାଇଥିଲା  । ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ପାଇଁ ବେଟିଂ ଲାଗିଥିଲା  । ଘଟଣାସ୍ଥଳରୁ ୬୭ ହଜାର ଟଙ୍କା ଓ ୧୦ ମୋବାଇଲ ମଧ୍ୟ ଜବତ କରାଯାଇଥିଲା  । ଅପ୍ରେଲ ୨୬ରେ ମଧ୍ୟ ଗଞ୍ଜାମ ଜିଲ୍ଲାରେ ପୁଲିସ ବେଟିଂ ଘଟଣାରେ ୭ ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା  ।

    Maximum 500 characters

    ଆଂଚଳିକ View all

    Find Us on Facebook