May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଛାତ ଭୁଶୁଡ଼ି ଶିଶୁ ପୁତ୍ର ମୃତ

    Share on :
    Date: May 2, 2018    Views: 519

    ଭୁବନେଶ୍ୱର : ଛାତ ଭୁଷୁଡ଼ିଯିବାରୁ ଜଣେ ଶିଶୁ ପୁତ୍ରର ମୃତୁ୍ୟ ହୋଇଥିବାବେଳେ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି  । ଏମିତି ଏକ ଅଭାବନୀୟ ଘଟଣା ଶେରଗଡ଼ ବ୍ଲକ ଗୋଠଙ୍ଗା ପଚାଂୟତର  ପୁନାନ୍ଦ ଗାଁରେ ଘଟିଛି  । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ପରିବାର ବର୍ଗ ଘରେ ଶୋଇଥିଲେ  । ବାପାମା’ଙ୍କ ସହ ଦୁଇ ଛୋଟ ପୁଅ ମଧ୍ୟ ଶୋଇଥିଲେ  । ତେବେ ରାତିରେ ଛାତରୁ କଂକ୍ରିଟ ଖସିଯାଇ ସେମାନଙ୍କ ଉପରେ ପଡ଼ିଥିଲା  । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା  । କିନ୍ତୁ ଡାକ୍ତରଖାନାରେ ଗୋଟିଏ ଶିଶୁ ପୁତ୍ର ମୃତୁ୍ୟବରଣ କରିଥିବାବେଳେ ବାପା, ମା’ ଓ ଅନ୍ୟ ଏକ ପୁତ୍ର ଚିକିତ୍ସାଧିନ ଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook